ETV Bharat / bharat

ନ୍ୟାସନାଲ ବୁକ୍ ଟ୍ରଷ୍ଟ ଆରମ୍ଭ କରିବ ‘କୋରୋନା ଷ୍ଟଡିଜ୍’ ସିରିଜ୍

କୋରୋନାକୁ ଏକ ସିରିଜ୍ ପୁସ୍ତକ ପ୍ରକାଶିତ ହେବ ଯାହା ସବୁ ବର୍ଗର ବ୍ୟକ୍ତିବିଶେଷ ପଢି ପାରିବେ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ପୁସ୍ତକ ପ୍ରକାଶନ ତଥା ପୁସ୍ତକ ପ୍ରଚାର ପାଇଁ ଜାତୀୟ ସଂସ୍ଥା ନ୍ୟାସନାଲ ବୁକ୍ ଟ୍ରଷ୍ଟ କାର୍ଯ୍ୟାଭାର ଗ୍ରହଣ କରିଛି। ଅଧିକ ଖବର ପଢନ୍ତୁ...

Corona Studies Series’
‘କୋରୋନା ଷ୍ଟଡିଜ୍ ସିରିଜ୍’ ଆରମ୍ଭ କରିବ ନ୍ୟାସନାଲ ବୁକ୍ ଟ୍ରଷ୍ଟ
author img

By

Published : Mar 29, 2020, 7:26 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ମୁକାବିଲ ନେଇ 21 ଦିନିଆ ଲକଡାଉନ ଘୋଷଣା କରିଛନ୍ତି ଭାରତ ସରକାର। ଏଭଳି ପରିସ୍ଥିତିରେ ପ୍ରତି ଭାରତୀୟ ଘରେ ରହିବାକୁ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ରହିଛି। ତେବେ ଲକଡାଉନ ସମୟରେ ଘରେ ବିଭିନ୍ନ ଉପାୟରେ ସମୟ ଅତିବାହିତ କରିବାକୁ ଆଜି ମୋଦି ତାଙ୍କ ମାସିକିଆ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ରେ ଅପିଲ କରିଛନ୍ତି। ତେବେ ଏହା ଭିତରେ ଏକ ଖବର ସାମ୍ନାକୁ ଆସିଛି ଯେ କୋରୋନା ଉପରେ ଏକ ସିରିଜ୍ ପୁସ୍ତକ ପ୍ରକାଶିତ ହେବ ଯାହା ସବୁ ବର୍ଗର ବ୍ୟକ୍ତିବିଶେଷ ପଢି ପାରିବେ।

ସୂଚନା ଅନୁସାରେ, ମାନବ ସମାଜ ପାଇଁ କୋରୋନା ମହାମାରୀ ଅସାଧାରଣ ମାନସିକ, ସାମାଜିକ, ଅର୍ଥନୀତିକ ଏବଂ ସାଂସ୍କୃତିକ ମହତ୍ତ୍ବକୁ ହୃଦୟଙ୍ଗମ କରି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ପୁସ୍ତକ ପ୍ରକାଶନ ତଥା ପୁସ୍ତକ ପ୍ରଚାର ପାଇଁ ଜାତୀୟ ସଂସ୍ଥା ନ୍ୟାସନାଲ ବୁକ୍ ଟ୍ରଷ୍ଟ କାର୍ଯ୍ୟଭାର ଗ୍ରହଣ କରିଛି।

“ଏହି ଅନୁପାତର ଜାତୀୟ ସଙ୍କଟକୁ ଦୃଷ୍ଟିରେ ରଖି ଆମେ ବିଶ୍ବାସ କରୁ ଯେ ଏକ ଜାତୀୟ ଅନୁଷ୍ଠାନ ଭାବରେ ନୂତନ ପାଠ୍ୟ ସାମଗ୍ରୀ ଆକାରରେ ସହାୟତା ଯୋଗାଇବା ଆମର ପାରୁପାର୍ଯ୍ୟ ମଧ୍ୟରେ ପଦକ୍ଷେପ ନେବା ଆମର କର୍ତ୍ତବ୍ୟ। ଚିହ୍ନିତ ବିଷୟ କ୍ଷେତ୍ରରେ ବିଭିନ୍ନ ଭାରତୀୟ ଭାଷାରେ ସୁଲଭ ପୁସ୍ତକ ବାହାର କରି ପାଠକମାନଙ୍କୁ କୋରୋନା ସମୟର ବିଭିନ୍ନ ଦିଗ ସହିତ ପ୍ରସ୍ତୁତ ତଥା ଜଡିତ କରିବା ପାଇଁ ‘କୋରୋନା ଷ୍ଟଡିଜ୍ ସିରିଜ୍’ଆମର ଦୀର୍ଘକାଳୀନ ଅବଦାନ ହେବାକୁ ଚେଷ୍ଟା କରେ। ଏହା ମଧ୍ୟ ଏକ ଧାରାବାହିକରେ ସହଯୋଗ କରିବାକୁ ଇଚ୍ଛୁକ ଲେଖକ ଏବଂ ଅନୁସନ୍ଧାନକାରୀଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ଯୋଗାଇବ ବୋଲି ନ୍ୟାସନାଲ ବୁକ୍ ଟ୍ରଷ୍ଟର ଚେୟାରମ୍ୟାନ୍ ପ୍ରଫେସର ଗୋବିନ୍ଦ ପ୍ରସାଦ ଶର୍ମା କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ମାଗଣା ଡାଉନଲୋଡ୍ ପାଇଁ କିଛି ସିଲେକ୍ଟ ଏବଂ ବେଷ୍ଟେ ଲିଂ ଟାଇଟଲର ପି଼ଡିଏଫ୍ ଅପଲୋଡ୍ କରି ଆମେ #StayHomeIndiaWithBooks ପଦକ୍ଷେପ ଆରମ୍ଭ କରାଯାଇଛି ଏବଂ ଏଥିରେ ଜବରଦସ୍ତ ପ୍ରତିକ୍ରିୟା ମିଳିଛି ବୋଲି ଶର୍ମା କହିଛନ୍ତି।

ଏକ ବିସ୍ତୃତ ଦୃଶ୍ୟ ଗ୍ରହଣ କରି, ଏହି ପ୍ରକାଶନ ସିରିଜ୍ ପ୍ରଥମ ପଦକ୍ଷେପ ଭାବରେ, କିଛି ଅଭିଜ୍ଞ ତଥା ଯୁବ ମନୋବିଜ୍ଞାନୀ / ପରାମର୍ଶଦାତାଙ୍କୁ ନେଇ ଏକ ଅଧ୍ୟୟନ ଗୋଷ୍ଠୀ ସ୍ଥାପନ କରିଛି। ଯାହା ‘କୋରୋନା ପାଣ୍ଡେମିକ୍ ର ସାଇକୋ-ସୋସିଆଲ୍ ଇମ୍ପାକ୍ଟ ଏବଂ ମୁକାବିଲା କରିବାର ଉପାୟ’ଉପରେ ଉପ-ସିରିଜ୍ ଉପରେ ପୁସ୍ତକ ପ୍ରସ୍ତୁତ କରିବ। ଏହି ପୁସ୍ତକଗୁଡ଼ିକର ଉଭୟ ଇ-ସଂସ୍କରଣ ଏବଂ ମୁଦ୍ରିତ ସଂସ୍କରଣ ଶୀଘ୍ର ପାଠକମାନଙ୍କ ପାଇଁ ସହାୟକ ସାମଗ୍ରୀ ଭାବରେ ବାହାରକୁ ଆସିବ ବୋଲି ଭାରତର ନ୍ୟାସନାଲ ବୁକ୍ ଟ୍ରଷ୍ଟ ନିର୍ଦ୍ଦେଶକ ଯୁବରାଜ ମଲ୍ଲିକ ଆଶାବ୍ୟକ୍ତ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.