ETV Bharat / bharat

ଚନ୍ଦ୍ରଯାନ 2: ଅରବିଟରୁ ଅଲଗା ହେଲା ଲ୍ୟାଣ୍ଡର ‘ବିକ୍ରମ’

author img

By

Published : Sep 2, 2019, 10:49 AM IST

Updated : Sep 2, 2019, 3:18 PM IST

ଇସ୍ରୋ ପାଇଁ ଆଜି ଗୁରୁତ୍ବପୂର୍ଣ୍ଣ ଦିନ । ଦିନ 12.45 ରୁ 1.45 ମଧ୍ୟରେ ଚନ୍ଦ୍ରଯାନ 2ର ଅରବିଟରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ । ଜୁଲାଇ 22ରେ ହୋଇଥିଲା ସଫଳତା ପୂର୍ବକ ପରୀକ୍ଷଣ ।

ଫଟୋ ସୌଜନ୍ୟ: ଇସ୍ରୋ

ହାଇଦ୍ରାବାଦ: ରବିବାର ‘ଚନ୍ଦ୍ରଯାନ 2’ ସଫଳତାର ସହ ଚନ୍ଦ୍ରର ଶେଷ ତଥା 5ମ କକ୍ଷପଥକୁ ପ୍ରବେଶ କରିଛି । ଚନ୍ଦ୍ରର ଅନ୍ତିମ କକ୍ଷରେ ପ୍ରବେଶ କରିବା ପରେ ଇସ୍ରୋ ଲ୍ୟାଣ୍ଡର ‘ବିକ୍ରମ’କୁ ଅରବିଟରଠାରୁ ଅଲଗା ହୋଇଛି । 18 ହଜାର 21 ଘଣ୍ଟା ପରେ ଚନ୍ଦ୍ରର ଶେଷ କକ୍ଷପଥକୁ ପ୍ରବେଶ କରିଥିଲା ଚନ୍ଦ୍ରଯାନ 2 ।

chandrayaan-2
ଫଟୋ ସୌଜନ୍ୟ: ଇସ୍ରୋ
chandrayaan-2
ଫଟୋ ସୌଜନ୍ୟ: ଇସ୍ରୋ

ଇସ୍ରୋ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପରେ ଚନ୍ଦ୍ରଯାନ 2 ର ସମସ୍ତ ଗତିବିଧି ସାମାନ୍ୟ ଥିବା ଘୋଷଣା କରିଛି । ଇସ୍ରୋ ପକ୍ଷରୁ କୁହାଯାଇଛି, ‘ଚନ୍ଦ୍ରଯାନ 2 କୁ ଚନ୍ଦ୍ରମାର 5ମ ତଥା ଶେଷ କକ୍ଷପଥରେ ପ୍ରବେଶ କରିବା ପାଇଁ ପ୍ରଣୋଦନ ପ୍ରଣାଳୀ ପ୍ରୟୋଗ କରାଯାଇଥିଲା । ସେପ୍ଟେମ୍ବର 1 ସନ୍ଧ୍ୟା 6 ଟା 21 ରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପାଇଁ 52 ସେକେଣ୍ଡ ସମୟ ଲାଗିଥିଲା । ’

chandrayaan-2
ଫଟୋ ସୌଜନ୍ୟ: ଇସ୍ରୋ
chandrayaan-2
ଫଟୋ ସୌଜନ୍ୟ: ଇସ୍ରୋ

ସେପ୍ଟେମ୍ବର 2 ରେ ଚନ୍ଦ୍ରଯାନ 2 ର ଲ୍ୟାଣ୍ଡର ବିକ୍ରମ ଅରବିଟରଠାରୁ ଅଲଗା ହୋଇ ସେପ୍ଟେମ୍ବର 7 ଦିନ ରାତି 1.30ରୁ 2.30 ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ସେପଟେ ଚନ୍ଦ୍ରଯାନ 2 ଦ୍ବାରା ଚନ୍ଦ୍ରର ପ୍ରଥମ ଫଟୋ ଅଗଷ୍ଟ 2 ରେ ଇସ୍ରୋ ଜାରି କରିଥିଲା । ସୂଚନା ଥାଉକି ‘ଚନ୍ଦ୍ରଯାନ 2’ 3 ମଡ୍ୟୁଲ ବିଶିଷ୍ଟ ଅନ୍ତରୀକ୍ଷ ଯାନ ଅଟେ । ଏଥିରେ ଅରବିଟର, ଲ୍ୟାଣ୍ଡର ଏବଂ ରୋବର ସାମିଲ ଅଛି । ଏହି ଯାନକୁ ଜୁଲାଇ 22 ରେ ଉତକ୍ଷେପଣ କରାଯାଇଥିଲା ।

Intro:Body:Conclusion:
Last Updated : Sep 2, 2019, 3:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.