ETV Bharat / bharat

ନାକ ପୋଛି ଟଙ୍କା ଗଣିବା ପଡିଲା ମହଙ୍ଗା, ବାନ୍ଧିନେଲେ ମାମୁଁ - corona combat

ସରକାରୀ ନିୟମକୁ ଅମାନ୍ୟ କରିବା ପଡିଲା ମହଙ୍ଗା । କୋରୋନା ସଂକ୍ରମଣ ନେଇ ସଚେତନ ହେବା ବଦଳେ ପାଟି ଓ ନାକ ଛୁଇଁ ଟଙ୍କା ଗଣି ଥାନକୁ ଗଲେ ଯୁବକ । ଅଧିକ ପଢନ୍ତୁ...

Nashik man wipes nose,mouth with  money
ନାକ ପୋଛି ଟଙ୍କା ଗଣିବା ପଡିଲା ମହଙ୍ଗା
author img

By

Published : Apr 4, 2020, 7:20 PM IST

ମୁମ୍ବାଇ: ସାରା ଦେଶରେ କୋରୋନା ସଂକ୍ରମଣ ନେଇ ଲୋକେ ଆତଙ୍କିତ ରହିଛନ୍ତି । କିନ୍ତୁ ନିକଟରେ ଏପରି ଏକ ଭିଡିଓ ସାମନାକୁ ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ନାଶିକ ମାଲେଗାଓଁର ଜଣେ 38 ବର୍ଷିୟ ବ୍ୟକ୍ତି ନିଜର ପାଟି ଏବଂ ନାକ ହାତରେ ଧରିଥିବା ଟଙ୍କାରେ ପୋଛୁଛନ୍ତି।

ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗିରଫ ହୋଇଛନ୍ତି ବ୍ୟକ୍ତି ଜଣକ । କାରଣ କୋରୋନା ସଂକ୍ରମଣ ରୋକିବା ପାଇଁ ଆମେ ଯଥା ସମ୍ଭବ ସ୍ବଚ୍ଛ ରହିବା ନେଇ ସରକାର ଘୋଷଣା କରିଛନ୍ତି । ହାତ,ନାକ ଏବଂ ମୁହଁରେ ହାତ ନଲାଗାଇବା । ଏହାସହ ଛେପ ଖଙ୍କାର ଆଦି ବାହାରେ ନପାଇବା ଭଳି ବାର୍ତ୍ତାଲୋକଙ୍କ ନିକଟରେ ପହଞ୍ଚାଯାଇଛି ।

କିନ୍ତୁ ଏହି ବ୍ୟକ୍ତି ଏସବୁ କଥା ନମାନି ପାଟିରୁ ଛେପ ଏବଂ ନାକ ଟଙ୍କାରେ ପୋଛୁଛନ୍ତି । ଫଳରେ ନିୟମ ଉଲ୍ଲଂଘନ ନେଇ ତାଙ୍କୁ ପୋଲିସ ଗିରଫ କରିଛି।ବର୍ତ୍ତମାନ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା 423 ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା 19 ହେଲାଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.