ETV Bharat / bharat

ଲକଡାଉନରେ ପ୍ରଦୂଷଣମୁକ୍ତ ଭାରତ: ଦେଖନ୍ତୁ ଫଟୋ - ଲକଡାଉନ ଭାରତ ପ୍ରଦୂଷଣ ମୁକ୍ତ ବାୟୁମଣ୍ଡଳ

ଗୋଟେ ପଟେ ଲକଡାଉନ ଯୋଗୁଁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛି ଏବଂ ଅନ୍ୟପଟେ ପ୍ରକୃତି ପାଇଁ ଏହା ଭଲ ଦିନ ପ୍ରମାଣିତ ହୋଇଛି । ଆଉ ଏହି ସମୟରେ ପ୍ରକୃତିର ସୌନ୍ଦର୍ଯ୍ୟର ଫଟୋ ଉଠାଇଛି ନାସା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦେଖନ୍ତୁ ନାସା ଫଟୋ
ଦେଖନ୍ତୁ ନାସା ଫଟୋ
author img

By

Published : Apr 24, 2020, 5:05 PM IST

ନୂଆଦିଲ୍ଲୀ: କୋରୋନା ଲକଡାଉନ କାରଣରୁ 130 କୋଟିରୁ ଊର୍ଦ୍ଧ୍ବ ଲୋକେ ଗୃହବନ୍ଦୀ । ଗାଡିମଟର ଚଳାଚଳ ବନ୍ଦ, କଳକାରଖାନାରେ କାମ ଠପ୍ । ଏପରିସ୍ଥଳେ ପ୍ରକୃତି ନବଯୌବନ ପ୍ରାପ୍ତି ହେଲା ଭଳି ଦେଖାଯାଉଛି । ଗଙ୍ଗା ଜଳ ନିର୍ମଳ, ପ୍ରଦୂଷଣ ମୁକ୍ତ ବାୟୁମଣ୍ଡଳ, ଆକାଶରେ ଧୂଳି ଧୂଆଁର ଆସ୍ତରଣ ଆଉ ଦେଖିବାକୁ ମିଳୁନାହିଁ । ଗୋଟେ ପଟେ ଲକଡାଉନ ଯୋଗୁଁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛି ଏବଂ ଅନ୍ୟପଟେ ପ୍ରକୃତି ପାଇଁ ଏହା ଭଲ ଦିନ ପ୍ରମାଣିତ ହୋଇଛି । ଆଉ ଏହି ସମୟରେ ପ୍ରକୃତିର ସୌନ୍ଦର୍ଯ୍ୟର ଫଟୋ ଉଠାଇଛି ନାସା ।

ଦେଖନ୍ତୁ ନାସା ଫଟୋ
ଦେଖନ୍ତୁ ନାସା ଫଟୋ

ଲକଡାଉନ ଯୋଗୁଁ ବାୟୁର ଗୁଣବତ୍ତାରେ ସୁଧାର ଆସିଛି । ନାସା ଅନୁସାରେ, ଉତ୍ତର ଭାରତରେ ଗତ 20 ବର୍ଷ ମଧ୍ୟରେ ବାୟୁ ପ୍ରଦୂଷଣରେ ଚଳିତ ବର୍ଷ ବହୁତ ହ୍ରାସ ପାଇଛି । ନାସାର ସେଟଲାଇଟ ଭାରତର ଏକ ଫଟୋ ଜାରି କରିଛି । ଏଥିରେ 2016, 2017, 2018, 2019, 2020 ବର୍ଷର ଫଟୋ ଜାରି କରିଛି । ଏହି ବର୍ଷ ତୁଳନାରେ ଚଳିତ ବର୍ଷ ଭାରତ ମାନଚିତ୍ରରେ ଏକଦମ ନିର୍ମଳ ଏବଂ ବାୟୁ, ଜଳ ବିଶୁଦ୍ଧ ଥିବା ପରିଲକ୍ଷିତ ହୋଇଛି । ସେହିପରି ଏହି ଲକଡାଉନରେ କୌଣସି କଳକାରଖାନା, ଯାନବାହାନ, ଟ୍ରେନ, ବିମାନ ଚାଲୁନାହିଁ । ତେଣୁ ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି ।

ସେପଟେ ଷ୍ଟେଟ ଅଫ୍ ସାଉଥ ଆଣ୍ଡ ସେଣ୍ଟ୍ରାଲ ଏସିୟାର ଆକ୍ଟିଂ ଆସିଷ୍ଟାଣ୍ଟ ସେକ୍ରେଟାରୀ ଏଲିସ ଜି ବେଲ୍ସ ଟ୍ବିଟ କରି କହିଛନ୍ତି, 20 ବର୍ଷ ପୂର୍ବେ ଏବଂ ଚଳିତ ବର୍ଷ ଭାରତର ଏହି ଦୃଶ୍ୟ ଦେଖି ବିଶ୍ବାସ ହେଉନାହିଁ । ଆସନ୍ତା ଦିନମାନଙ୍କରେ ଲକଡାଉନ ଉଠିବା ପରେ ମଧ୍ୟ ଭାରତକୁ ଠିକ ଏପରି ଯତ୍ନ ରଖିବା ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.