ETV Bharat / bharat

ମୋଦିଙ୍କ ଦ୍ବିତୀୟ ପାଳି: 7 ମାସରେ 5 ଚର୍ଚ୍ଚିତ ବିଲ ପାସ - narendra modi government

ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ପାଳିର ପ୍ରଥମ 7 ମାସରେ ଚର୍ଚ୍ଚିତ ବିଲ । ଦକ୍ଷ ଗୋଟି ଚାଳନା ଯୋଗୁଁ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ନଥାଇ ମଧ୍ୟ ସବୁ ବିଲ ପାସ । ଆଗାମୀ ଦିନରେ ଆଉ କେଉଁ ବିଲ ଆସିବ ପଢନ୍ତୁ....

PHOTO
ମୋଦିଙ୍କ ଦ୍ବିତୀୟ ପାଳିର 7 ମାସରେ ଚର୍ଚ୍ଚିତ ବିଲ
author img

By

Published : Dec 13, 2019, 12:03 AM IST

ନୂଆଦିଲ୍ଲୀ: ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ମୋଦି ସରକାର ଦଳର ନିର୍ବାଚନ ଇସ୍ତାହାରରେ ଘୋଷଣାପତ୍ର କରିଥିବା ପୂରଣ କରିବାରେ ସଫଳ ହୋଇଛି । ବିଜେପି 2019 ର ନିର୍ବାଚନ ଇସ୍ତାହାରରେ ଜମ୍ମୁ କାଶ୍ମୀରରୁ ଧାରା 370 ହଟାଇବା, ନାଗରିକତା ସଂଶୋଧନ ବିଲ ଆଣିବା ଏବଂ ତିନି ତଲାକକୁ ଉଛେଦ କରିବା ପାଇଁ ପ୍ରତିଶୃତି ଦେଇଥିଲା । ସରକାର ପୁନର୍ବାର କ୍ଷମତାକୁ ଫେରିବାର 7 ମାସ ମଧ୍ୟରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରତିଶୃତି ପୂରଣ କରିବା ସହ ଆତଙ୍କବାଦ ଦମନ ପାଇଁ ୟୁଏପିଏ ଏବଂ ଏସପିଜି ସଂଶୋଧନ ବିଲ କୁ ପାସ କରାଇବାରେ ସଫଳ ହୋଇଛନ୍ତି ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି କେନ୍ଦ୍ର ସରକାରଙ୍କ ପାଖରେ ଲୋକସଭାରେ ସଂଖ୍ୟା ଗରିଷ୍ଠତା ଅଛି । କିନ୍ତୁ ରାଜ୍ୟସଭାରେ ବହୁମତ ନଥିଲେ ସୁଦ୍ଧା ଦଳର ଫ୍ଲୋର ମ୍ୟାନେଜମେଣ୍ଟ ରଣନୀତିରେ ବିରୋଧୀଙ୍କୁ ଚକମା ଦେଇ ସରକାର ସଫଳାକତା ହାସଲ କରୁଛନ୍ତି ।

ନାଗରିକତା ସଂଶୋଧନ ବିଲ ପାସ

ବୁଧବାର ଅମିତ ଶାହା ରାଜ୍ୟସଭା ବିଲ ଆଗତ କରି କହିଥିଲେ ବିଜେପି ଏହି ବିଲକୁ ରାଜନୈତିକ ଉଦ୍ଦେଶ୍ୟରେ ଆଣିନାହିଁ । ଅମିତ ଶାହା କହିଥିଲେ ନାଗରିକତା ସଂଶୋଧନ ବିଲ ଆଣାଯିବ ବୋଲି ଦଳ ନିର୍ବାଚନ ପୂର୍ବରୁ ଇସ୍ତାହାରରେ ଏହି ପ୍ରତିଶୃତି ଦେଶବାସୀଙ୍କୁ ଦେଇଥିଲା । ଦେଶବାସୀ ବିଜେପିର ପ୍ରତିଶୃତିକୁ ଗ୍ରହଣ କରି ବିଜେପିକୁ ସମର୍ଥନ ଦେଇଛନ୍ତି । ଜନ ସମର୍ଥନ ଠାରୁ ଆହୁ କିଛି ନହୋଇପାରେ ।

ଧାରା 370 ଉଛେଦ

ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ସବୁଠାରୁ ବଡ ଓ ଐତିହାସିକ ନିଷ୍ପତି ଥିଲା ଜମ୍ମୁ କାଶ୍ମୀରରୁ ଧାରା 370 ଉଛେଦ କରିବା । ଧାରା 370 ଉଛେଦ କରିବା ଦଳର ମୂଳ ଅଶଂ ଜନସଂଘ ଠାରୁ ରହିଆସିଥିଲା । ବିଜେପିର ଜନ୍ମ ଠାରୁ 370 ଉଛେଦ ସବୁବେଳେ ପ୍ରାଥମିକତା ରହିଆସିଥିଲା । ଏଥିପାଇଁ ଦଳର ବହୁନେତା ବଳିଦାନ ମଧ୍ୟ ଦେଇଛନ୍ତି । ଜନସଂଘ ପ୍ରତିଷ୍ଠା ଦିନଠାରୁ ଏହା ଦଳର ପ୍ରାଥମିକତାରେ ଥିଲେ ମଧ୍ୟ ଦଳ ସଫଳ ହୋଇନଥିଲା । କିନ୍ତୁ ମୋଦିଙ୍କ ଦ୍ବିତୀୟ ପାଳିରେ ଘନିଷ୍ଠ ସହଯୋଗୀ ଅମିତ ଶାହା ଗୃହମନ୍ତ୍ରୀ ଦାୟିତ୍ବ ନେଇ ଧାରା 370 କୁ ଯେଉଁଭଳି ଭାବେ ଉଛେଦ କରି ଜମ୍ମୁ କାଶ୍ମୀରକୁ ଭାଗ କଲେ ସେଥିରେ ବିରୋଧୀ ମଧ୍ୟ ଚକିତ । ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ବିଜେପି ତାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ହାସଲ କରିଛି । ମୋଦି ଶାହାଙ୍କ ରଣନୀତି ଆଗରେ ଚକମା ଖାଇ ବିରୋଧୀ ଧାରା 370 ଉଛେଦ ବିଲ କୁ ରାଜ୍ୟସଭାରେ ବିରୋଧ କରିବାକୁ ମଧ୍ୟ ସୁଯୋଗ ପାଇନଥିଲେ ।

ୟୁଏପିଏ ବିଲ ବିନା ଦ୍ବିଧାରେ ଗୃହିତ

ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଲ ଥିଲା ୟୁଏପିଏ ବିଲ । ଆତଙ୍କବାଦ ଦମନ ପାଇଁ ଆଇନ ବିରୋଧ କାର୍ଯ୍ୟକଳାପ ନିବାରଣ ସଂଶୋଧନ ବିଲ 2019କୁ ସରକାର ଲୋକସଭା ଓ ରାଜ୍ୟସଭାରେ ପାସ କରାଇଛନ୍ତି । ଏହି ଆଇନ ବଳରେ ସରକାର ଏବେ ଯେକୌଣସି ସଂଦିଗ୍ଧ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରିପାରିବେ । ଏହାସହ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ବ୍ୟାଜାପ୍ତ କରିପାରିବେ । ଯାହା ପୂର୍ବ ଆଇନରେ କେବଳ ଆତାଙ୍କବାଦ ନିରୋଧ ଆଇନରେ ଆତଙ୍କବାଦୀ ସଂଗଠନ କ୍ଷେତ୍ରରେ ଏହି ପ୍ରାବଧାନ ଥିଲା ।

ଏସପିଜି ସଂଶୋଧନ ବିଲ ପାସ

ମୋଦି ସରକାରଙ୍କ ସବୁଠାରୁ ଚର୍ଚ୍ଚିତ ବିଲ ଥିଲା ଏସପିଜି ଆଇନ ସଂଶୋଧନ । ଏହି ବିଲକୁ ମଧ୍ୟ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ସରକାରଙ୍କ ନଥାଇ ପାସ କରାଇବାରେ ସଫଳ ହୋଇଥିଲେ । ସଂଶୋଧନ ନିୟମ ଅନୁସାରେ ଏସପିଜି ସୁରକ୍ଷା କେବଳ ପ୍ରଧାନମନ୍ତ୍ରୀଙ୍କ ବ୍ୟତିତ ଆଉ କୌଣସି ବ୍ୟକ୍ତିଙ୍କୁ ମିଳିବ ନାହିଁ । ଏହି ବିଲ ପାସ ହେବାପରେ ଗାନ୍ଧୀ ପରିବାର ଓ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ମିଳୁଥିବା ଏସପିଜି ସୁରକ୍ଷା ହଟାଇ ଦିଆଯାଇଛି । ପ୍ରଧାନ ମନ୍ତ୍ରୀ ପଦରୁ ଗଲାପରେ ଏହି ସୁରକ୍ଷା କେବଳ ଏକ ବର୍ଷ ପର୍ଯ୍ୟନ୍ତ ମିଳିବ ।

ତିନି ତଲାକକୁ ତଲାକ

ମୋଦି ସରକାର ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ମୁସଲମାନ ସମ୍ପ୍ରଦାୟ ମହିଳାଙ୍କୁ ନ୍ୟାୟ ଦେବା ପାଇଁ 5ହଜାର ବର୍ଷ ପୁରୁଣା ତିନି ତଲାକ ବିଲକୁ ଉଛେଦ କରି ଉଭୟ ସଦନରେ ପାସ କରାଇବାରେ ସଫଳ ହୋଇଥିଲେ । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଏହି ବିଲ ପାସ କରାଇବାରେ ସଫଳ ହେଲେ ସରକାର । ରାଜ୍ୟସଭାରେ ଦଳର ସଂଖ୍ୟା ଗରିଷ୍ଠତା ନଥାଇ ମଧ୍ୟ ମୋଦି ଶାହା ଯୋଡି ନିଜ ଦୁର୍ଦ୍ଦଶ ରଣନୀତି ପାଇଁ ଏହି ବିଲକୁ ପାରିତ କରାଇଛନ୍ତି । ଏହାମଧ୍ୟ ଦଳର ନିର୍ବାଚନୀ ଇସ୍ତାହାରରେ ଥିଲା ।

ଏହା ବ୍ୟତିତ କେନ୍ଦ୍ର ସରକାର ଆଗାମୀ ଦିନରେ ସମାନ ଅଧିକାର ବିଲ, ଜନସଂଖ୍ୟା ନିୟନ୍ତ୍ରଣ ବିଲ, ସହ ଦେଶର ଅଖଣ୍ଡତା, ସାର୍ବଭୌମତ ଓ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ବିଲ ଆଣିବାକୁ ଯାଉଛନ୍ତି । ଯାହା ଆଗାମୀ ଦିନରେ ଦେଖିବାକୁ ମିଳିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.