ETV Bharat / bharat

ବିପୁଳ ସଂଖ୍ୟାରେ ମତଦାନ କରି ଗଣତନ୍ତ୍ରର ମହାନ ପର୍ବକୁ ସଫଳ କରାନ୍ତୁ: ମୋଦି - bihar assembly election

ଆଜି ବିହାର ବିଧାନସଭାର ଦ୍ବିତୀୟ ଭୋଟିଂ ଆରମ୍ଭ ହୋଇଛି । ଏହା ସହିତ ଦେଶର ବିଭିନ୍ନ ସ୍ଥାନରେ ଉପ-ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିହାରବାସୀଙ୍କୁ ଅଧିକ ସଂଖ୍ୟାରେ ଆସି ମତଦାନ କରିବାକୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ...

ଭାରି ବହୁମତ ସାବ୍ୟସ୍ତ କରି ଗଣତନ୍ତ୍ରର ମହାନ ପର୍ବକୁ ସଫଳ କରାନ୍ତୁ

author img

By

Published : Nov 3, 2020, 8:28 AM IST

ପାଟନା: ବିହାର ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ବାସୀଙ୍କୁ ଅଧିକ ସଂଖ୍ୟାରେ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେବାକୁ ଅପିଲ କରିଛନ୍ତି । ଗଣତନ୍ତ୍ରର ସବୁଠାରୁ ବଡ ପର୍ବରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ସେ ଟ୍ବିଟ କରି କହିଛନ୍ତି । ଭୋଟିଂ ସମୟରେ ସାମାଜିକ ଦୂରତା ପାଳନ କରିବାକୁ ମଧ୍ୟ ନିବେଦନ କରିଛନ୍ତି ।

ଭାରି ବହୁମତ ସାବ୍ୟସ୍ତ କରି ଗଣତନ୍ତ୍ରର ମହାନ ପର୍ବକୁ ସଫଳ କରାନ୍ତୁ
ଭାରି ବହୁମତ ସାବ୍ୟସ୍ତ କରି ଗଣତନ୍ତ୍ରର ମହାନ ପର୍ବକୁ ସଫଳ କରାନ୍ତୁ

ସେହିପରି ଦେଶର ବିଭିନ୍ନ ସ୍ଥାନରେ ଆଜି ଉପନିର୍ବାଚନ ଆରମ୍ଭ ହୋଇଯାଇଛି । ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ରର ଏହି ପର୍ବରେ ସାମିଲ ହେବାକୁ ନିଜର ମତଦାନ ଦେବାକୁ ପିଏମ ଅପିଲ କରିଛନ୍ତି ।

ଆଜି ବିହାର ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଯାଇଛି । 17 ଟି ଜିଲ୍ଲାର 94 ଟି ଆସନ ପାଇଁ ମତଦାନ ଦେଉଛନ୍ତି ଭୋଟର । ଏହି ପର୍ଯ୍ୟାୟରେ 1 ହଜାର 463 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବିହାର ବାସୀ । ଏହି ନିର୍ବାଚନରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଭାଗ୍ୟ ପରୀକ୍ଷା ହେବ ।

ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଅକ୍ଟୋବର 28 ରେ ଶେଷ ହୋଇଛି । ନଭେମ୍ବର 3 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଲାଗି ଜାରି ରହିଛି ମତଦାନ। ତୃତୀୟ ପର୍ଯ୍ୟାୟ ନଭେମ୍ବର 7ରେ ଭୋଟିଂ କରାଯିବ । ଭୋଟିଂର ଫଳାଫଳ ନଭେମ୍ବର 10 ରେ ଆସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.