ETV Bharat / bharat

COVID-19: 2 କୋଟି ସହାୟତା ରାଶି ଘୋଷଣା କଲେ AAP ସାଂସଦ - AAP ସାଂସଦ ନରେନ ଦାସ ଗୁପ୍ତା

COVID-19 ର ମୁକାବିଲା ପାଇଁ 2 କୋଟି ଟଙ୍କା ସହାୟତା ରାଶି ଘୋଷଣା କଲେ AAP ରାଜ୍ୟସଭା ସାଂସଦ ନରେନ ଦାସ ଗୁପ୍ତା । ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି (ଏଏପି) ସାଂସଦ ସଞ୍ଜୟ ସିଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 1 କୋଟି ସହାୟତା ରାଶି ପ୍ରଦାନ କରିଥିଲେ । ଅଧିକ ପଢନ୍ତୁ...

Narain Dass Gupta to give Rs 2 cr from MP fund for COVID-19
COVID-19:2 କୋଟି ସହାୟତା ରାଶି ଘୋଷଣା କଲେ AAP ସାଂସଦ ନରେନ ଦାସ ଗୁପ୍ତା
author img

By

Published : Mar 25, 2020, 4:44 PM IST

ନୂଆଦିଲ୍ଲୀ: COVID-19 ର ମୁକାବିଲା ପାଇଁ 2 କୋଟି ଟଙ୍କା ସହାୟତା ରାଶି ଘୋଷଣା କଲେ AAP ରାଜ୍ୟସଭା ସାଂସଦ ନରେନ ଦାସ ଗୁପ୍ତା। ମଙ୍ଗଳବାର ଦିନ ସାଂସଦ ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ ଘୋଷଣା କରାଯାଇଛି ଏହି ପ୍ୟାକେଜ୍ । ଏହି କୋରୋନା ଭାଇରସ ପରି ମହାମାରୀର ମୁକାବିଲା ପାଇଁ ସମଗ୍ର ଦେଶବାସୀ ସହଯୋଗର ହାତ ବଢାଇଛନ୍ତି । ତେବେ କୋରୋନା ଭାଇରସ୍ ସହିତ ଲଢେଇ କରିବାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅକ୍ଳାନ୍ତ ଉଦ୍ୟମକୁ ଟ୍ବିଟ୍ ମାଧ୍ୟମରେ ଧନ୍ୟବାଦ ଓ ସମର୍ଥନ ଜଣାଇଲେ ସାଂସଦ ନରେନ ଦାସ ଗୁପ୍ତା ।

ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି (ଏଏପି) ସାଂସଦ ସଞ୍ଜୟ ସିଂ ମଙ୍ଗଳବାର ଦିନ MPLADS (ସଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନାର ସଦସ୍ୟ) ପାଣ୍ଠିରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 1 କୋଟି ସହାୟତା ରାଶି ପ୍ରଦାନ କରିଥିଲେ । ଏହି ରୋଗର ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ବିକଳ୍ପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶରେ 21 ଦିନିଆ ବନ୍ଦ ଘୋଷଣା କରିଛନ୍ତି ।

ଏପର୍ଯ୍ୟନ୍ତ ଦିଲ୍ଲୀରେ ସମୁଦାୟ 30ଟି କରୋନା ପଜିଟିଭ୍ ମାମଲା ରହିଛି । ତେବେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ, COVID-19 ରେ ପ୍ରାୟ 536 ଟି ପଜିଟିଭ୍ ମାମଲା ଭାରତ ରିପୋର୍ଟ କରିଥିବା ବେଳେ ଏପର୍ଯ୍ୟନ୍ତ ଏଗାର ଜଣଙ୍କର ମୃତ୍ୟୁ ହୋଇସାରିଛି ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.