ETV Bharat / bharat

କ୍ଷମା ମାଗିଲେ ପୂର୍ବତନ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ - NAGESWAR RAO

ଭୁଲ ବୁଝିଲେ ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ବର ରାଓ। ସିବିଆଇ ଅଧିକାରୀ ଏ.କେ ଶର୍ମାଙ୍କୁ ବଦଳି କରିଥିବାରୁ ସୁପ୍ରିମକୋର୍ଟଙ୍କ ନିକଟରେ କ୍ଷମା ମାଗିଛନ୍ତି।

ଡିଜାଇନ ଫଟୋ
author img

By

Published : Feb 12, 2019, 1:04 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନକୁ ଉଲ୍ଲଂଘନ କରି ଦଣ୍ଡିତ ହୋଇଛନ୍ତି ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ବର ରାଓ। ଏହି ଅବମାନନା ପାଇଁ ତାଙ୍କ ଆଇପିଏସ କ୍ୟାରିଅରରେ ଦାଗ ଲାଗିଛି।

ନିକଟରେ ବିହାର ମୁଜାଫରପୁର ସେଲଟର ହୋମ୍ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏ. କେ ଶର୍ମାଙ୍କୁ ବଦଳି କରିଥିଲେ ନାଗେଶ୍ବର ରାଓ। ଏହି ବଦଳିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏ. କେ. ଶର୍ମା। ଯାହାର ଶୁଣାଣି କରି ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ତୁମେ ସୁପ୍ରିମକୋର୍ଟଙ୍କ ରାୟ ସହିତ ଖେଳିଛ। ଭଗବାନ ତୁମକୁ ସହାୟ ହୁଅନ୍ତୁ ।

ଏହାପରେ ସୁପ୍ରିମକୋର୍ଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହିତ ସତ୍ୟପାଠ ଦାଖଲ କରିଥିଲେ ନାଗେଶ୍ବର ରାଓ । ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଳ କୋର୍ଟରେ କହିଥିଲେ ନାଗେଶ୍ବର ରାଓ ତାଙ୍କୁ ଭୁଲ ପାଇଁ ଅନୁତପ୍ତ। ସେ ଏହି ବଦଳି ନିଜ ବ୍ଯକ୍ତିଗତ ସ୍ବାର୍ଥ ପାଇଁ କରିନଥିବା ଏଜି କହିଛନ୍ତି। ତେଣୁ ତାଙ୍କୁ କ୍ଷମା ଦିଆଯାଉ। ତାଙ୍କ 32 ବର୍ଷ କ୍ୟାରିଅରରେ ସେ କେବେ ଭୁଲ କରି ନାହାନ୍ତି।

ଶୁଣାଣି କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ନିସର୍ତ୍ତ କ୍ଷମାକୁ ଗ୍ରହଣ କରିନାହାନ୍ତି। ଏହା ତାଙ୍କ କ୍ୟାରିଅରରେ ଦାଗ ବୋଲି କହିଛନ୍ତି। ଏହା ସହ ଏକ ଲକ୍ଷ ଟଙ୍କାର ଜରିମାନା ସହିତ ଆଜିର କୋର୍ଟ କାର୍ଯ୍ୟ ଶେଷ ହେବା ଯାଏଁ ବସି ରହିବେ ବୋଲି ଦଣ୍ଡିତ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇ।

undefined

Intro:Body:

କ୍ଷମା ମାଗିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ବିନା ସର୍ତ୍ତରେ ସୁପ୍ରିମକୋର୍ଟକୁ କ୍ଷମା ମାଗିଲେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ନାଗେଶ୍ବର ରାଓ । ଏ ନେଇ ଏକ ସତ୍ୟପାଠ ଦାଖଲ କରିଛନ୍ତି ନାଗେଶ୍ବର ରାଓ । ବିହାର ମୁଜାଫରପୁର ସେଲଟର ହୋମ୍ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏ. କେ. ଶର୍ମାଙ୍କୁ ନିକଟରେ ବଦଳି କରିଥିଲେ ନାଗେଶ୍ବର ରାଓ । ଏହାପରେ ବଦଳିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଏ. କେ. ଶର୍ମା । ଆଜି କ୍ଷମା ପ୍ରାର୍ଥନା କରିଛନ୍ତି । ଆସନ୍ତାକାଲି କୋର୍ଟ ଏହି ମାମଲାର ତର୍ଜମା କରିବେ ।

ଗତ ସପ୍ତାହରେ ଏହି ମାମଲାର ଶୁଣାଣି କରିଥିଲେ ସିପ୍ରିମକୋର୍ଟ । ଯେଉଁଥିରେ ନାଗେଶ୍ବର ରାଓ ଅଦାଲତ ଅବମାନନା କରିଥିବା ଦର୍ଶାଇଥିଲେ । କହିଥିଲେ, ତୁମେ ସୁପ୍ରିମକୋର୍ଟଙ୍କ ରାୟ ସହିତ ଖେଳିଛ। ଭଗବାନ ତୁମକୁ ସହାୟ ହୁଅନ୍ତି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.