ETV Bharat / bharat

ନାଗାଲାଣ୍ଡ ବିଧାନସଭା ଅଧ୍ୟକ୍ଷଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନାଗାଲାଣ୍ଡ ବିଧାନସଭା ଅଧ୍ୟକ୍ଷ ଭିକ୍ଷୋ-ଓ-ୟୋସୁଙ୍କ ଦେହାନ୍ତ । ସୋମବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।

PM modi pays tribute to Nagaland assembly speaker vikho o yhoshu
ନାଗାଲାଣ୍ଡ ବିଧାନସଭା ଅଧ୍ୟକ୍ଷଙ୍କ ପରଲୋକ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ପ୍ରକାଶ
author img

By

Published : Dec 31, 2019, 12:21 PM IST

କୋହିମା: ନାଗାଲାଣ୍ଡ ବିଧାନସଭା ଅଧ୍ୟକ୍ଷ ଭିକ୍ଷୋ-ଓ-ୟୋସୁଙ୍କ ଦେହାନ୍ତ । ସୋମବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 67 ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ଫୁସଫୁସ କ୍ୟାନସରରେ ପୀଡିତ ଥିଲେ ।

ପରିବାରରେ ତାଙ୍କର ସ୍ତ୍ରୀ ଓ 10ଟି ସନ୍ତାନ ଅଛନ୍ତି । ଏନଡିପି ନେତା ୟୋସୁ 2019 ଆରମ୍ଭରେ ତାଙ୍କୁ ଫୁସଫୁସ କ୍ୟାନସରରେ ହୋଇଥିବା କଥା ଜାଣିବାକୁ ପାଇଥିଲେ । ଏହା ପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ମଙ୍ଗଳବାର ତାଙ୍କ ପାର୍ଥିବ ଶରୀରକୁ ବିମାନ ଯୋଗେ ନାଗାଲାଣ୍ଡ ନିଆଯିବ ।

PM modi pays tribute to Nagaland assembly speaker vikho o yhoshu
ନାଗାଲାଣ୍ଡ ବିଧାନସଭା ଅଧ୍ୟକ୍ଷଙ୍କ ପରଲୋକ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ପ୍ରକାଶ

ସେପଟେ ୟୋସୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ମଙ୍ଗଳବାର ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଜଣେ ପରିଶ୍ରମୀ ନେତା ଥିଲେ । ଯିଏକି ନିଜ ଜୀବନକୁ ନାଗାଲାଣ୍ଡର ପ୍ରଗତିରେ ସମର୍ପଣ କରିଥିଲେ । ଏମିତି ଏକ ଦୁଃଖଦ ସମୟରେ ତାଙ୍କୁ ପରିବାର ପ୍ରତି ମୋର ସମ୍ବେଦନା ରହିଛି । ଏହା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପ୍ରକାଶ ଯେ, ୟୋସୁ କୋହିମା ଜିଲ୍ଲା ଦକ୍ଷିଣୀ ଅଙ୍ଗାମୀ-1 ନିର୍ବାଚନମଣ୍ଡଳୀରୁ 3 ଥର ବିଧାନସଭା ନିର୍ବାଚନ ଛିଡା ହୋଇ ବିଜୟୀ ହୋଇଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.