ETV Bharat / bharat

ଗାନ୍ଧୀ ପରିବାରକୁ ନଡ୍ଡାଙ୍କ ଟାର୍ଗେଟ - ଭାରତ-ଚୀନ ସୀମା ବିବାଦ

ଗୋଟିଏ ରାଜବଂଶ ଭୁଲ ବୟାନ ଦେଉଛି ଏବଂ ତାଙ୍କ ସମର୍ଥକ ସେହି ମିଛକୁ ସମର୍ଥନ କରିବାରେ ଲାଗିପଡୁଛନ୍ତି ବୋଲି କଂଗ୍ରେସକୁ କଟାକ୍ଷ କରି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟ ଜେପି ନଡ୍ଡା ।

 ନଡ୍ଡା
ନଡ୍ଡା
author img

By

Published : Jun 24, 2020, 2:00 PM IST

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦକୁ ନେଇ ଲଗାତାର ସୋସିଆଲ ମିଡିଆରେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତେବେ ଏନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟ ଜେପି ନଡ୍ଡା । ସେ ଟ୍ବିଟ କରି କହିଛନ୍ତି, ଗୋଟିଏ ରାଜବଂଶ ଭୁଲ ବୟାନ ଦେଉଛି ଏବଂ ତାଙ୍କ ସମର୍ଥକ ସେହି ମିଛକୁ ସମର୍ଥନ କରିବାରେ ଲାଗିପଡୁଛନ୍ତି ।

କଂଗ୍ରେସକୁ ଟାର୍ଗେଟ କରି ନଡ୍ଡା ଲେଖିଛନ୍ତି, ବିରୋଧୀଙ୍କ କାମ ସରକାରଙ୍କୁ ପ୍ରଶ୍ନ କରିବା । ସର୍ବଦଳୀୟ ବୈଠକରେ ମଧ୍ୟ କିଛି ଏଭଳି ହୋଇଥିଲା । କିଛି ରାଜନୈତିକ ଦଳ ଅନେକ ଭଲ ପରାମର୍ଶ ଦେଇଥିଲେ । ଅନ୍ୟ କେତେକ ଚୀନ ମାମଲାରେ ସରକାରଙ୍କୁ ସମର୍ଥନ ଦେଇଥିଲେ । କିନ୍ତୁ ଗୋଟିଏ ପରିବାରକୁ ହିଁ ଏଥିରେ ସମସ୍ୟା ପରିଲକ୍ଷିତ ହେଉଛି ।

ସେ ଆହୁରି କହିଛନ୍ତି ଯେ, ଜନତାଙ୍କ ଦ୍ବାରା ଅଣଦେଖା କରାଯାଇଥିବା ଗୋଟିଏ ପରିବାର ପୁରା ବିରୋଧୀ ଦଳ ହୋଇପାରିବ ନାହିଁ । କେବଳ ସେହି ପରିବାରର ହିତ ସମଗ୍ର ଦେଶ ହିତ ହୋଇପାରିବ ନାହିଁ । ବର୍ତ୍ତମାନ ସମୟରେ ପୁରା ଦେଶ ସେନା ଏବଂ ସରକାରଙ୍କ ସମର୍ଥନରେ ଅଛି । ବର୍ତ୍ତମାନ ଏକତ୍ରିତ ହେବାର ସମୟ ।

ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ 20 ଭାରତୀୟ ଯବାନ ଶହୀଦ ହୋଇଥିଲେ । ସେହିଦିନ ଠାରୁ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.