ETV Bharat / bharat

ମେଡିକାଲ କଲେଜ ପାଇଁ ଅଧିକ 60 କୋଟି ଦେବାକୁ ଗୁଲାମନବୀ ଆଜାଦଙ୍କ ଅନୁରୋଧ - new medical college

ଓଡିଶାରେ ନୂଆ ମେଡିକାଲ କଲେଜ ପ୍ରସ୍ତାବ ନେଇ ରାଜ୍ୟସଭାରେ ସାଂସଦ ଭାସ୍କର ରାଓଙ୍କ ପ୍ରଶ୍ନ । ଦ୍ବିତୀୟ ପର୍ଯ୍ୟାୟ କଲେଜ ପାଇଁ 250 କୋଟି ଓ ତୃତୀୟ ପର୍ଯ୍ୟାୟ କଲେଜ ପାଇଁ 350 କୋଟି ଟଙ୍କା ଦିଆଯାଉଛି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଆର୍ଥକ ଦୃଷ୍ଟିକୋଣରୁ ପଛୁଆ ରାଜ୍ୟରେ ମେଡିକାଲ କଲେଜ ପାଇଁ ଅତିରିକ୍ତ 60 କୋଟି ଦେବାକୁ ଅନୁରୋଧ କରିଛନ୍ତି କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ।

rajyasabha
ଗରିବ ରାଜ୍ୟରେ ମେଡିକାଲ କଲେଜ ପାଇଁ ଅତିରିକ୍ତ 60 କୋଟି ଦେବାକୁ ଗୁଲାମନବୀଙ୍କ ଅନୁରୋଧ
author img

By

Published : Dec 10, 2019, 5:21 PM IST

ନୂଆଦିଲ୍ଲୀ: ଓଡିଶାରେ ନୂଆ ମେଡିକାଲ କଲେଜ ପ୍ରସ୍ତାବ ନେଇ ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି ବିଜେଡି ଏନ. ସାଂସଦ ଭାସ୍କର ରାଓ । ତାଙ୍କର ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଏନେଇ ମନ୍ତ୍ରୀ କହିଛନ୍ତି ଯେ, ମେଡିକାଲ କଲେଜ ନିର୍ମାଣ ଯୋଜନା ଅନର୍ଗତ ତିନୋଟି ପର୍ଯ୍ୟାୟ ରହିଛି । ପ୍ରଥମ ପର୍ଯ୍ୟାୟରେ ଯେଉଁ କଲେଜ ଥିଲେ ସେଥିପାଇଁ 189 କୋଟି ଦିଆଯାଉଥିଲା । ସେହିପରି ଦ୍ବିତୀୟ ପର୍ଯ୍ୟାୟ କଲେଜ ପାଇଁ 250 କୋଟି ଦିଆ ଯାଉଥିଲା । ତୃତୀୟ ପକ୍ଷ କଲେଜ ପାଇଁ 350 କୋଟି ଟଙ୍କା ଦିଆଯାଉଛି ।

ଗରିବ ରାଜ୍ୟରେ ମେଡିକାଲ କଲେଜ ପାଇଁ ଅତିରିକ୍ତ 60 କୋଟି ଦେବାକୁ ଗୁଲାମନବୀଙ୍କ ଅନୁରୋଧ

ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ । ପାଣ୍ଠି ମଞ୍ଜୁର ହୋଇଥିବା କଲେଜ ମଧ୍ୟରୁ 42ଟି ନିର୍ମାଣ ହୋଇସାରିଛି । ହେଲେ ଆର୍ଥିକ ଦୃଷ୍ଟିକୋଣରୁ ପଛୁଆ ରାଜ୍ୟରେ 16ଟି ମେଡିକାଲ କଲେଜ ତିଆରି ଚାଲିଛି । ନୂଆ ଯୋଜନା ଅନୁସାରେ ଗରିବ ପଛୁଆ ରାଜ୍ୟରେ ନିର୍ମାଣ ହେବାକୁ ଥିବା ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ଅତିରିକ୍ତ 60 କୋଟି ଟଙ୍କା ପ୍ରଦାନ କରନ୍ତୁ ବୋଲି ଗୁଲାମ ନବୀ ଆଜାଦ ଅନୁରୋଧ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.