ETV Bharat / bharat

ମହୀଶୂରରେ ପ୍ଲାଷ୍ଟିକ ମୁକ୍ତ ଚିଡିଆଖାନା - MYSORE ZOO IS PLASTIC FREE ZOO

ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ମହୀଶୂର ପ୍ରାଣୀଉଦ୍ୟାନର ପ୍ରଶଂସନୀୟ ଉଦ୍ୟମ । ଚିଡିଆଖାନା ବୁଲିବାକୁ ଯାଇ ସାଙ୍ଗରେ ଯଦି ପ୍ଲାଷ୍ଟିକ ସାମଗ୍ରୀ ନେଉଛନ୍ତି, ତାହାଲେ ଗଣିବେ ଟଙ୍କା । ପ୍ଲାଷ୍ଟିକ ମୁକ୍ତ ପ୍ରାଣୀଉଦ୍ୟାନ ଗଠନ ଲକ୍ଷ୍ୟରେ ଏଭଳି ନିଆରା ପଦକ୍ଷେପ ନେଇଛନ୍ତି ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ । ପଢନ୍ତୁ ଆମର ସ୍ବତନ୍ତ୍ର ରିପୋର୍ଟ...

PLASTIC FREE ZOO
ମହୀଶୂରରେ ପ୍ଲାଷ୍ଟିକ ମୁକ୍ତ ଚିଡିଆଖାନା
author img

By

Published : Dec 28, 2019, 9:11 AM IST

ମହୀଶୂର: ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ପାଇଁ ମହୀଶୂର ଚାମରାଜେନ୍ଦ୍ର ପ୍ରାଣୀ ଉଦ୍ୟାନର ନିଆରା ପଦକ୍ଷେପ । ଆପଣ ଯଦି ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସୁଛନ୍ତି ଆଉ ସାଙ୍ଗରେ ପ୍ଲାଷ୍ଟିକ ସାମଗ୍ରୀ ଆଣୁଛନ୍ତି, ତାହାଲେ ଦେବାକୁ ପଡିବ 10 ଟଙ୍କା । ଏପରିକି ଉଦ୍ୟାନ ବୁଲିବା ପୂର୍ବରୁ ପ୍ଲାଷ୍ଟିକ ଜିନିଷ ଗୁଡିକରେ ଲଗାଯାଉଛି ବାରକୋର୍ଡ । ଚିଡିଆଖାନା ବୁଲି ସାରି ପ୍ଲାଷ୍ଟିକ ସାମଗ୍ରୀ ଦେଖାଇବା ପରେ ଉଦ୍ୟାନ ପକ୍ଷରୁ ଫେରସ୍ତ କରାଯାଉଛି ଟଙ୍କା ।

ମହୀଶୂରରେ ପ୍ଲାଷ୍ଟିକ ମୁକ୍ତ ଚିଡିଆଖାନା

ପ୍ଲାଷ୍ଟିକ ବ୍ୟବହାର ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ଅନ୍ୟପଟେ ଚିଡିଆଖାନାକୁ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟେ । ଛୁଟିଦିନମାନଙ୍କରେ ପର୍ଯ୍ୟଟକଙ୍କ ସଂଖ୍ୟା 10ହଜାର ମଧ୍ୟ ପାର୍ କରିଯାଏ । ଏନେଇ ପ୍ରାଣୀଉଦ୍ୟାନର କର୍ତ୍ତୃପକ୍ଷ କୁହନ୍ତି, ଏହି ଚିଡିଆଖାନାରେ 15ଶହରୁ ଊର୍ଦ୍ଧ୍ବ ପଶୁ ପକ୍ଷୀ ଅଛନ୍ତି । ପ୍ରତ୍ୟେକ ବର୍ଷ ଏଠାକୁ 20ରୁ 25ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ତେଣୁ ଚିଡିଆଖାନାରେ ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ଜିନିଷ ଦେଖାଯିବା ସାଧାରଣ କଥା । ଆମର ଏହି ପଦକ୍ଷେପ ଯୋଗୁଁ ପ୍ଲାଷ୍ଟିକ ବ୍ୟବହାର ନିୟନ୍ତ୍ରଣକୁ ଆସିଛି ।

ଏପଟେ ପ୍ରାଣୀ ଉଦ୍ୟାନକୁ ପରିବେଶ ଉପଯୋଗୀ କରିବା ପାଇଁ ପ୍ରଶାସନର ଏହି ଉଦ୍ୟମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.