ETV Bharat / bharat

ଟ୍ରମ୍ପଙ୍କ ପରେ ମିଆଁମାର ରାଷ୍ଟ୍ରପତି କରିବେ ତାଜମହଲ ପରିଦର୍ଶନ - ମିଆଁମାର ରାଷ୍ଟ୍ରପତି

ଶନିବାର ମିଆଁମାର ରାଷ୍ଟ୍ରପତି ୟୁ ୱିନ ମିଣ୍ଟ ଓ ତାଙ୍କ ଧର୍ମପତ୍ନୀ ତଥା ମିଆଁମାରର ପ୍ରଥମ ମହିଳା ଡାଓ ଚୋ ଚୋ ତାଜମହଲ ପରିଦର୍ଶନ କରିବେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 28, 2020, 11:13 PM IST

ଆଗ୍ରା: ମୋଗଲ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ, ପ୍ରେମର ପ୍ରତୀକ ଓ ଭାରତର ପରିଚୟ ବହନ କରୁଥିବା ତାଜମହଲ ପରିଦର୍ଶନ କରିବାକୁ ଯାଉଛନ୍ତି 4ଦିନିଆ ଭାରତ ଗସ୍ତରେ ଆସିଥିବା ମିଆଁମାର ରାଷ୍ଟ୍ରପତି । ଶନିବାର ରାଷ୍ଟ୍ରପତି ୟୁ ୱିନ ମିଣ୍ଟ ଓ ତାଙ୍କ ଧର୍ମପତ୍ନୀ ତଥା ମିଆଁମାରର ପ୍ରଥମ ମହିଳା ଡାଓ ଚୋ ଚୋ ତାଜମହଲ ପରିଦର୍ଶନ କରିବେ ।

ଟ୍ରମ୍ପଙ୍କ ପରେ ମିଆଁମାର ରାଷ୍ଟ୍ରପତି କରିବେ ତାଜମହଲ ପରିଦର୍ଶନ

ଗୋଟିଏ ସପ୍ତାହ ଭିତରେ ଦ୍ବୀତୟ ଥର ପାଇଁ ଭିଭିଆଇପିଙ୍କ ପରିଦର୍ଶନ ନେଇ ତାଜମହଲଙ୍କୁ ସାଧରାଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ । ଶନିବାର ମିଆଁମାର ରାଷ୍ଟ୍ରପତି ୟୁ ୱିନ ମିଣ୍ଟଙ୍କ ପରିଦର୍ଶନ ପାଇଁ ତାଜମହଲକୁ ଦୁଇ ଘଣ୍ଟା ପାଇଁ ବନ୍ଦ ରଖାଯିବ । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ବିଭାଗ ପକ୍ଷରୁ ତାଜମହଲ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ଶନିବାର ମଧ୍ୟାହ୍ନ 12ଟାରୁ ଅପରାହ୍ନ 2ଟା ଯାଏଁ ତାଜମହଲ ସାଧାରଣ ନାଗରିକଙ୍କ ପାଇଁ ବନ୍ଦ ରହିବ ।

ସପ୍ତାହର ଆରମ୍ଭରେ ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସପରିବାର ତାଜମହଲ ବୁଲି ଦେଖିଥିଲେ । ଏହାସହ ମୋଗଲ-ଭାରତୀୟ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ତାଜମହଲ ପରିଦର୍ଶନ କରି ବିମୋହିତ ହୋଇଥିବା ଟ୍ବିଟ କରି କହିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ, ବୁଧବାର ମିଆଁମାର ରାଷ୍ଟ୍ରପତି ୟୁ ୱିନ ମିଣ୍ଟ ଚାରି ଦିବସୀୟ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ । ସେ ଫେବୃଆରୀ 26ରୁ 29 ଯାଏଁ ଭାରତ ଗସ୍ତରେ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.