ETV Bharat / bharat

ରାମଲଲା ଓ ମୋଦିଙ୍କ ପାଇଁ ରାକ୍ଷୀ ତିଆରି କଲେ ମୁସଲିମ ମହିଳା

author img

By

Published : Aug 1, 2020, 10:01 AM IST

ବର୍ତ୍ତମାନ ମନ୍ଦିର-ସମଜିଦ ବିବାଦ ନୁହେଁ ବରଂ ହିନ୍ଦୁ-ମୁସଲମାନ ଏକତାର ସମୟ । ଅଗଷ୍ଟ 5ରେ ରାମ ମନ୍ଦିର ଭୂମିପୂଜା ପାଇଁ ପ୍ରସ୍ତୁତି ଜୋରଦାର ମଧ୍ୟରେ ମୁସଲିମ ମହିଳା ମାନେ ରାମଲଲା ଓ ମୋଦି ଏବଂ ସିଏମ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ରାକ୍ଷୀ ତିଆରି କରି ବାଣ୍ଟୁଛନ୍ତି ଭାଇଚାରର ବାର୍ତ୍ତା ...

ରାମଲଲା ଓ ମୋଦିଙ୍କ ପାଇଁ  ରାକ୍ଷୀ ତିଆରି କଲେ ମୁସଲିମ ମହିଳା
ରାମଲଲା ଓ ମୋଦିଙ୍କ ପାଇଁ ରାକ୍ଷୀ ତିଆରି କଲେ ମୁସଲିମ ମହିଳା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଆଧ୍ୟାତ୍ମିକ ଭୂଇଁରେ ଦେଖାଦେଇଛି ଭାଇଚାରାର ଅତୁଟ ନିଦର୍ଶନ । ପବିତ୍ର ସମ୍ପର୍କର ପର୍ବ ରାକ୍ଷୀବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଶ୍ରଦ୍ଧାର ସହ ରାକ୍ଷୀ ତିଆରି କରିଛନ୍ତି ମୁସଲିମ ମହିଳା । ଏସବୁ ରାକ୍ଷୀ ସେମାନଙ୍କୁ ପୋଷ୍ଚରେ ପଠାଯିବ । କେବଳ ପିଏମ ଓ ସିଏମଙ୍କ ପାଇଁ ନୁହେଁ ରାମଲଲାଙ୍କ ପାଇଁ ବି ପ୍ରେମ ଓ ଭଲପାଇବାରର ରାକ୍ଷୀକୁ ସଜଉଛନ୍ତି ମହିଳା । ଏହି ରାକ୍ଷୀ ଶ୍ରୀ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ମାଧ୍ୟମରେ ରାମଲଲାଙ୍କ ପାଖରେ ପହଞ୍ଚିବ ।

ବହୁ ପ୍ରତିକ୍ଷିତ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଆରମ୍ଭ ପାଇଁ ଅଗଷ୍ଟ 5 ତାରିଖରେ ଭୂମିପୂଜା ଅନୁଷ୍ଠିତ ହେବ । ଏଥିପାଇଁ ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଭବ୍ୟ ସମାରୋହ ପାଇଁ ଅଯୋଧ୍ୟାକୁ ସଜାଯାଉଛି । ବହୁ ବର୍ଷର ବିବାଦ ପରେ ଦେଶବାସୀ ଉତ୍ସାହର ସହ ବିରଳ ଐତିହାସିକ ମୁହୂର୍ତ୍ତକୁ ଅନାଇ ବସିଛନ୍ତି । ଏପରିକି ମୁସଲମାନ ସମ୍ପ୍ରଦାୟ ମଧ୍ୟ ରାମ ମନ୍ଦିର ନିର୍ମାଣର ସପକ୍ଷରେ ପାଦ ଆଗକୁ ବଢାଇ ପ୍ରସ୍ତୁତି କରୁଛନ୍ତି । ପିଏମଙ୍କୁ ସ୍ବାଗତ ପାଇଁ ମୁସଲିମ ଭାଇ ମାନେ ସବୁ ପ୍ରସ୍ତୁତି କରୁଥିବା ବେଳେ ମୁସଲିମ ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ରାକ୍ଷୀ ତିଆରି କରୁଛନ୍ତି ।

ଅଗଷ୍ଟ 5, ଅଯୋଧ୍ୟାର ଗୌରବମୟ ଇତିହାସର ପୃଷ୍ଠାରେ ଅବିସ୍ମରୀଣ ହେବାକୁ ଯାଉଛି । ଏଥିପାଇଁ ଅଯୋଧ୍ୟାବାସୀ କୌଣସି ପ୍ରକାର ଅଭାବ ରଖିବାକୁ ଚାହୁଁନାହାନ୍ତି । ନୂଆ ବୋହୂ ଭଳି ପୂରା ସହରକୁ ସଜେଇବାରେ ରାତି ଦିନ ଏକ କରିଦେଇଛନ୍ତି ।

ଏହି ଉତ୍ସବ ଗଙ୍ଗା-ଜମୁନା ମିଳନ ଭଳି ଭିନ୍ନ ସସ୍କୃତିର ଏକ ଶ୍ରେଷ୍ଠ ଉଦାହରଣ ଦେବାକୁ ଯାଉଛି । ମୁସଲିମ ମହିଳାମାନେ ପିଏମ ଓ ସିଏମଙ୍କ ପାଇଁ ନିଜ ହାତରେ ସୂତା ଖିଅକୁ ଶ୍ରଦ୍ଧା ଓ ପ୍ରେମର ସହ ସଜେଉଥିବା ବେଳେ ରାମଲଲାଙ୍କୁ ରାକ୍ଷୀ ଉପହାର ଦେଇ ରାମ ମନ୍ଦିର ଗଢିବା ନେଇ ଉତ୍ସାହିତ ହୋଇଛନ୍ତି ।

ମୁସଲିମ ମହିଳା ମାନେ ମତ ଦେଇଛନ୍ତି କି ଅଗଷ୍ଟ 5 ରେ ହେବାକୁ ଯାଉଥିବା ଶ୍ରୀ ରାମ ମନ୍ଦିର ଭୂମି ପୂଜନ ଏକ ଐତିହାସିକ ଦିନ, ଏପରିକି ମୁସଲିମ ଭାଇମାନେ ଏଥିରେ ଯୋଗଦାନ ଦେବା ଦରକାର । ଅଯୋଧ୍ୟାରେ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଏକତା ରଖିବା ପାଇଁ ସେମାନେ ପ୍ରାର୍ଥନା କରିଛନ୍ତି ।

ଏହି ମୁସଲମାନ ମହିଳାମାନେ ରାମ ମନ୍ଦିର ନିର୍ମାଣରେ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ସେମାନେ ମତ ଦେଇଛନ୍ତି କି ବର୍ତ୍ତମାନ ମନ୍ଦିର-ସମଜିଦ ବିବାଦ ଏବେ ଆଦୌ ଗ୍ରହଣୀୟ ନୁହେଁ । ଅଯୋଧ୍ୟା ବର୍ତ୍ତମାନ ଏକ ନୂତନ ଦିଗକୁ ଗତି କରିବ । ଯେଉଁଠାରେ ଲୋକମାନେ ହିନ୍ଦୁ-ମୁସଲମାନ ଏକତା ଏବଂ ଭ୍ରାତୃତ୍ୱକୁ ଅକ୍ଷୁର୍ଣ୍ଣ ରଖିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.