ETV Bharat / bharat

'ଦେଶର ମୁସଲମାନ ମୋଦିଙ୍କ ସହ ଅଛନ୍ତି' - ମୁସଲମାନ

ଅଳ୍ପସଂଖ୍ୟକଙ୍କ ମନରୁ ଡରକୁ ଦୂର କରିବା ନେଇ ମୋଦିଙ୍କ ବୟାନର ଫତେହପୁରୀ ମସଜିଦର ଇମାମ ମୌଲାନା ମୁଫ୍‌ତି ସ୍ବାଗତ କରିଛନ୍ତି । ଦେଶର ପ୍ରତ୍ୟେକ ମୁସଲମାନ ପ୍ରଧାନମନ୍ତ୍ରୀଙ୍କୁ ସହଯୋଗ କରିବ ବୋଲି ମୁଫ୍‌ତି କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 4, 2019, 3:31 PM IST

ନୂଆଦିଲ୍ଲୀ: ବିଜେପି ସାମ୍ପ୍ରଦାୟିକ ଦଳ ବୋଲି ବିପକ୍ଷ ସବୁବେଳେ ଆରୋପ ଲଗାଇ ଆସୁଥିବା ବେଳେ ଦେଶର ମୁସଲମାନ କିନ୍ତୁ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦି ପ୍ରଚଣ୍ଡ ବହୁମତ ସହ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିବା ପରେ ସବୁଆଡୁ ପରିବର୍ତ୍ତନର ସ୍ବର ଶୁଣିବାକୁ ମିଳୁଛି । ଏପରି ସ୍ଥିତିରେ ଅଳ୍ପସଂଖ୍ୟକଙ୍କ ମନରୁ ଡରକୁ ଦୂର କରିବା ନେଇ ମୋଦିଙ୍କ ବୟାନର ଫତେହପୁରୀ ମସଜିଦର ଇମାମ ମୌଲାନା ମୁଫ୍‌ତି ସ୍ବାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଯେଉଁ ବୟାନ ଦେଇଥିଲେ ତାର ସ୍ବଗତ କରିବା ସହିତ ଅଳ୍ପସଂଖ୍ୟକଙ୍କୁ ନେଇ ସେ ଭଲ କଥା କହିଥିଲେ ବୋଲି ମୌଲାନା ମୁଫ୍‌ତି କହିଛନ୍ତି । ଏଥି ସହିତ ମୁସଲମାନ ମଧ୍ୟ ବିଜେପିକୁ ଭୋଟ ଦେଇଥିବା କଥା ତାଙ୍କୁ ମାନିବାକୁ ପଡିବ ବୋଲି ମୁଫତି ପ୍ରତିକ୍ରିୟା ଦେଇଛନ୍ତି ।

ଅନ୍ୟପକ୍ଷରେ ମୁଫତି କହିଛନ୍ତି ଯେ ଆମେ ଦେଶକୁ ଆଲଗା କରିବାକୁ ଚାହିଁନ୍ତିନାହିଁ । ଆମେବି ଚାହୁଁ କି ପ୍ରଧାନମନ୍ତ୍ରୀ ଭାରତର ବିକାଶ କଥା ଭାବନ୍ତୁ । ଦେଶର ପ୍ରତ୍ୟେକ ମୁସଲମାନ ଏହି କାମରେ ପ୍ରଧାନମନ୍ତ୍ରୀଙ୍କୁ ସହଯୋଗ କରିବ ବୋଲି ମୁଫ୍‌ତି କହିଛନ୍ତି ।

Intro:Body:

uikh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.