ଥିରୁବନନ୍ତପୁରମ: ଆଜି ବି ଦେଶରେ ବଞ୍ଚି ରହିଛି ମାନବିକତା ଓ ଭାଇଚାରା । ଏକଥାକୁ ପ୍ରମାଣିତ କରିଛନ୍ତି କେରଳ କାସଗୋଡାର ଏକ ମୁସଲିମ ଦମ୍ପତ୍ତି । ନିଜ ପାଳିତ ହିନ୍ଦୁ ଝିଅକୁ ହିନ୍ଦୁ ରୀତିନୀତିରେ ମନ୍ଦିରରେ ବାହାକରି ଭିନ୍ନତା ମଧ୍ୟରେ ଏକତାର ଭାଇଚାର ନିଦର୍ଶନ ଦେଇଛନ୍ତି କେରଳ କାସରଗୋଡ ଅଞ୍ଚଳର ଏହି ମୁସଲିମ ପରିବାର ।
ନିଜ ଚାଷ ଜମିରେ କାମ କରୁଥିବା ଜଣେ ହିନ୍ଦୁ ଲୋକର ନିଧନ ପରେ ତାଙ୍କ ଝିଅ (ରାଜେଶ୍ବରୀ)କୁ ନିଜର କରିଥିଲେ ଅବଦୁଲ୍ଲା । ପିଲାଟି ଦିନରୁ ତାଙ୍କ ପୁଅ ସମୀମ, ନଜିବ ଓ ସରିଫ ସାଙ୍ଗରେ ବଡ ହୋଇଥିଲା ଝିଅ (ରାଜେଶ୍ବରୀ) । ଝିଅ ବାହାଘର ବୟସ ହେବାରୁ ଅଞ୍ଚଳର ବିଷ୍ଣୁପ୍ରସାଦ ନାମକ ଏକ ହିନ୍ଦୁ ପୁଅ ସହ ଝିଅର ବାହାଘର କରିଛନ୍ତି ସେ । କାସଗୋଡ ଭଗବତୀ ମନ୍ଦିରରେ ହିନ୍ଦୁ ରୀତିନୀତିରେ ଝିଅ ବାହାଘର କରିଛନ୍ତି ମୁସଲିମ ଦମ୍ପତ୍ତି ।
@ANI