ମୁମ୍ବାଇ: ଗୋଟିଏ ପରିବାରର 4 ଜଣଙ୍କୁ କରାଯାଇଛି ହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ସାତାରା ଜିଲ୍ଲାରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜଣଙ୍କୁ ଅଟକ ରଖିଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି । ମନି ଲଣ୍ତରିଂ ଯୋଗୁଁ ଏହି ହତ୍ୟାକାଣ୍ତ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେବେ,ମୃତକଙ୍କ ମଧ୍ୟରେ ବାପା , ମାଆ ଓ ଦୁଇ ଛୁଆ ରହିଥିବା ଜଣାପଡିଛି ।
ସୂଚନା ଅନୁସାରେ, ମରଲି ଘାଟରେ ଅଗଷ୍ଟ 11 ତାରିଖରେ ଜଣେ ଅଜଣା ମୃତଦେହ ଠାବ କରିଥିଲା ପୋଲିସ । ଯାହା ଜଣେ ପୁରୁଷଙ୍କ ମୃତଦେହ ରହିଥିଲା । ସେହି ସ୍ଥାନରୁ ଅଗଷ୍ଟ 29ରେ ଜଣେ ମହିଳାଙ୍କ ଅର୍ଥାତ ମୃତକଙ୍କ ସ୍ତ୍ରୀର ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତେବେ, ଏହି ହତ୍ୟାକାଣ୍ତରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେନେଇ ଛାନଭିନ ଜାରି ରଖିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ