ETV Bharat / bharat

ଅଗ୍ନିକାଣ୍ଡ ପରେ ଚେତିଲା ପ୍ରଶାସନ, 3 ହଜାର କୋଠା ମାଲିକଙ୍କୁ ନୋଟିସ

3ହଜାର କୋଠା ମାଲିକଙ୍କୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ନୋଟିସ ଜାରି କରିଛି ସୁରତ ମ୍ୟୁନିସିପାଲ କର୍ପୋରେସନ ।

author img

By

Published : May 28, 2019, 9:36 AM IST

ଫଟୋ ସୌଜନ୍ୟ: ଏଏନଆଇ

ସୁରତ: ତକ୍ଷଶିଳା ବିଲ୍ଡିଂର କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡରେ ପ୍ରଶାସନ । ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ବିଭିନ୍ନ ବିଲ୍ଡିଂରେ ଜାଞ୍ଚ କରୁଛନ୍ତି ବିଭାଗୀୟ ଅଧିକାରୀ । 3 ହଜାର କୋଠା ମାଲିକଙ୍କୁ ନୋଟିସ ଜାରି କରିଛି ସୁରତ ମ୍ୟୁନିସିପାଲ କର୍ପୋରେସନ ।

ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ ତୁରନ୍ତ ଏଦିଗରେ ଯତ୍ନବାନ ରହିବାକୁ ନୋଟିସରେ କୁହାଯାଇଛି । ଖୁବଶୀଘ୍ର ନିଜ ନିଜ କୋଠାରେ ସଠିକ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା ପାଇଁ ଉଲ୍ଲେଖ ରହିଛି । ସୁରତ ମେୟର ଜଗଦୀଶ ପଟେଲ କହିଛନ୍ତି, ଯେଉଁ କୋଠାଗୁଡିକରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ବ୍ୟବସ୍ଥା ହୋଇନାହିଁ, ତୁରନ୍ତ ସେ ଉପରେ ଧ୍ୟାନ ଦେବା ପାଇଁ ଆମେ ନୋଟିସ କରିଛୁ । ପରବର୍ତ୍ତୀ ସମୟରେ ଯେପରି ଏଭଳି ଅଗ୍ନିକାଣ୍ଡର ପୁନରାବୃର୍ତ୍ତି ନଘଟେ, ସେଥିପ୍ରତି ଗୁରୁତ୍ବାରୋପ କରୁଥିବା ସେ କହିଛନ୍ତି ।

କହୁରଖୁଛୁ, ଗତ 24 ତାରିଖ ଅପରାହ୍ନରେ ସୁରତର ଏକ କୋଚିଂ ସେଣ୍ଟରରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ 20 ଜଣଙ୍କ ମୃତ୍ୟୁ ହୋଇଥିଲା । ଏ ଘଟଣା ସମଗ୍ର ଦେଶବାସୀଙ୍କ ହୃଦୟକୁ ଦୋହଲାଇ ଦେଇଛି ।

Intro:Body:

fghfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.