ETV Bharat / bharat

ସାବଧାନ !! ରାସ୍ତା କଡରୁ ଇଡଲି ଖାଉଛନ୍ତି କି ?

ମୁମ୍ବାଇର ଏକ ଷ୍ଟ୍ରିଟ ଫୁଡ ହଲର ଏକ ଭିଡିଓ ଭାଇରାଲ ହେବା ପରେ ଏବେ ଜୋରସୋରରେ ଚର୍ଚ୍ଚା । ଜଣେ ବେପାରୀ ଇଡଲିରେ ବ୍ୟବହାର କରାଯାଉଥିବା ଚଟନୀ ପାଇଁ ଶୁଦ୍ଧ ପାଣି ବଦଳରେ ଶୌଚାଳୟର ପାଣି ବ୍ୟବହାର କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

author img

By

Published : Jun 1, 2019, 10:39 AM IST

Updated : Jun 1, 2019, 11:23 AM IST

ପ୍ରତୀକାତ୍ମକ ଫଟୋ

ମୁମ୍ବାଇ: ବ୍ୟସ୍ତବହୁଳ ଜୀବନରେ ସମସ୍ତେ ସହଜ କାମ ଓ ସହଜ ଉପାୟ ପ୍ରତି ଆକର୍ଷିତ ହୁଅନ୍ତି । ଯେମିତି କି ଅଫିସ ହେଉ କି କଲେଜ କିମ୍ବା ସ୍କୁଲ ଯିବା ଆଗରୁ ସକାଳ ଜଳଖିଆ ନିହାତି ଦରକାର ହୋଇଥାଏ । କେହି କେହି ଘରେ ରୋଷେଇ କରନ୍ତି ନହେଲେ ବାହାରୁ ଖାଇବାକୁ ପସନ୍ଦ କରନ୍ତି । ତେବେ ବାହାରୁ ପ୍ରାୟତଃ ଇଡଲି ହେଉ କି ବରା ଏମିତି କିଛି ଚଟପଟା ଖାଇବାକୁ ପସନ୍ଦ କରନ୍ତି ସଭିଁଏ । ହେଲେ ଏଠି ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ, ପ୍ରକୃତରେ ଆପଣ ଖାଉଥିବା ବାହାର ଜିନିଷ କେତେ ପରିଷ୍କାର ?

ତେବେ ମୁମ୍ବାଇର ଏକ ଷ୍ଟ୍ରିଟ ଫୁଡ ହଲର ଏକ ଭିଡିଓ ଭାଇରାଲ ହେବା ପରେ ଏବେ ଜୋରସୋରରେ ଚର୍ଚ୍ଚା । ଜଣେ ବେପାରୀ ଇଡଲିରେ ବ୍ୟବହାର କରାଯାଉଥିବା ଚଟନୀ ପାଇଁ ବିଶୁଦ୍ଧ ପାଣି ବଦଳରେ ଶୌଚାଳୟର ପାଣି ବ୍ୟବହାର କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହାକୁ ନେଇ ଏବେ ଟେନସନରେ ଗ୍ରାହକ ।

ଏହି ଭିଡିଓ ଭାଇରାଲ ହେବା ପରେ ଫୁଡ ଆଣ୍ଡ ଡ୍ରଗ ପ୍ରଶାସନ ଘଟଣାର ସତ୍ୟତା ଜାଣିବାକୁ ତଦନ୍ତ ଚଳାଇଛି । ଘଟଣାର ସତ୍ୟତା ଜଣାପଡିବା ପରେ ଭେଣ୍ଡରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ତାସହ ଲାଇସେନ୍ସ ରଦ୍ଦ କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ।

ଅଧିକାରୀଙ୍କ କହିବା କଥା, ଯେଉଁ ସ୍ଥାନରେ ଏହି ଘଟଣା ଘଟିଛି ସେଠାକୁ ଯାଇ ଯାଞ୍ଚ ମଧ୍ୟ କରାଯାଇଛି । ଘଟଣାର ତଦନ୍ତ ସରିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Intro:Body:

ମୁମ୍ବାଇ: ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ସହଜ କାମ ଓ ସହଜ ଉପାୟ ପ୍ରତି ଆକର୍ଷିତ ହୁଅନ୍ତି । ଯେମିତି କି ଅଫିସ ହେଉ କି କଲେଜ କିମ୍ବା ସ୍କୁଲ ଯିବା ଆଗରୁ ସକାଳ ଜଳଖିଆ ନିହାତି ଦରକାର ହୋଇଥାଏ । କେହି କେହି ଘରେ ରୋଷେଇ କରନ୍ତି ନହେଲେ ବାହାରୁ ଖାଇବାକୁ ପସନ୍ଦ କରନ୍ତି । ତେବେ ବାହାରୁ ପ୍ରାୟତଃ ଇଡଲି ହେଉ କି ବରା ଏମିତି କିଛି ଚଟପଟା ଖାଇବାକୁ ପସନ୍ଦ କରନ୍ତି ସଭିଁଏ । ହେଲେ ଏଠି ଆମେ ଆପଣଙ୍କୁ ଜଣାଇ ଦବାକୁ ଚାହୁଁଛୁ ଯେ, ପ୍ରକୃତରେ ଆପଣ ଖାଉଥିବା ବାହାର ଜିନିଷ କେତେ ପରିଷ୍କାର ।

ତେବେ ମୁମ୍ବାଇର ଏକ ଷ୍ଟ୍ରିଟ ଫୁଡ ହଲର ଭିଡିଓ ଭାଇରାଲ ହେବା ପରେ ଏବେ ଜୋରସୋରରେ ଚର୍ଚ୍ଚା । ଜଣେ ବେପାରୀ ଇଡଲିରେ ବ୍ୟବହାର କରାଯାଉଥିବା ଚଟନୀ ପାଇଁ ଶୁଦ୍ଧ ପାଣି ବ୍ୟବହାର ନକରି ଶୌଚାଳୟର ପାଣି ବ୍ୟବହାର କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହାକୁ ନେଇ ଏବେ ଟେନସନରେ ଗ୍ରାହକ ।

ଏହି ଭିଡିଓ ଭାଇରାଲ ହେବା ପରେ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ଘଟଣାର ସତ୍ୟତା ଜାଣିବାକୁ ତଦନ୍ତ ଚଳାଇଛି । ଘଟଣାର ସତ୍ୟତା ଜଣାପଡିବା ପରେ ଭେଣ୍ଡରଙ୍କ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ତାସହ ଲାଇସେନ୍ସ ରଦ୍ଧ କରାଯିବ ବୋଲି କହିଛନ୍ତି ତଦନ୍ତ କରୁଥିବା ଅଧିକାରୀ ।

ଅଧିକାରୀଙ୍କ କହିବା କଥା, ଯେଉଁ ସ୍ଥାନରେ ଏହି ଘଟଣା ଘଟିଛି ସେଠାକୁ ଯାଇ ଯାଞ୍ଚ ମଧ୍ୟ କରାଯାଇଛି । ଘଟଣାର ତଦନ୍ତ ସରିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Conclusion:
Last Updated : Jun 1, 2019, 11:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.