ETV Bharat / bharat

ମୁମ୍ବାଇର 57% ବସ୍ତି ବାସିନ୍ଦା ଆଣ୍ଟିବଡି ବିକଶିତ କରିଛନ୍ତି: ସର୍ଭେ - ମୁମ୍ବାଇ

ମୁମ୍ବାଇରେ କରାଯାଇଥିବା ଏକ ସେରୋ-ସର୍ଭିଲାନ୍ସ ଅଧ୍ୟୟନରୁ ଜଣାପଡିଛି ଯେ, ତିନୋଟି ନାଗରିକ ୱାର୍ଡର 57% ବସ୍ତି ବାସିନ୍ଦା ଏବଂ 16% ଅଣ-ବସ୍ତି ବାସିନ୍ଦା ଆଣ୍ଟିବଡି ବିକଶିତ କରିଛନ୍ତି । ଯାହା ସୂଚାଇ ଦେଉଛି ଯେ ଅଫିସିଆଲ ତଥ୍ୟ ଅନୁଯାୟୀ ଅନେକ ଲୋକ ବହୁ ପୂର୍ବରୁ ହିଁ କୋରୋନା ସଂକ୍ରମିତ ହୋଇଥିବେ ।

_corona
ମୁମ୍ବାଇର 57% ବସ୍ତି ବାସିନ୍ଦା ଆଣ୍ଟିବଡି ବିକଶିତ କରିଛନ୍ତି
author img

By

Published : Jul 29, 2020, 12:34 PM IST

ମୁମ୍ବାଇ: ମୁମ୍ବାଇରେ କରାଯାଇଥିବା ଏକ ସେରୋ-ସର୍ଭିଲାନ୍ସ ଅଧ୍ୟୟନରୁ ଜଣାପଡିଛି ଯେ, ତିନୋଟି ନାଗରିକ ୱାର୍ଡର 57% ବସ୍ତି ବାସିନ୍ଦା ଏବଂ 16% ଅଣ-ବସ୍ତି ବାସିନ୍ଦା ଆଣ୍ଟିବଡି ବିକଶିତ କରିଛନ୍ତି । ଯାହା ସୂଚାଇ ଦେଉଛି ଯେ ଅଫିସିଆଲ ତଥ୍ୟ ଅନୁଯାୟୀ ଅନେକ ଲୋକ ବହୁ ପୂର୍ବରୁ ହିଁ କୋରୋନା ସଂକ୍ରମିତ ହୋଇଥିବେ ।

ଜୁନ୍ 3ରୁ ସେରୋ-ସର୍ଭିଲାନ୍ସ ଅଧ୍ଯୟନ ଆରମ୍ଭ ହୋଇଥିଲା ଏବଂ ଜୁଲାଇ ମାସ ପ୍ରଥମ ସପ୍ତାହରେ ତିନୋଟି ନାଗରିକ ୱାର୍ଡର ବସ୍ତି ବାସିନ୍ଦା ଏବଂ ଅଣ-ବସ୍ତି ବାସିନ୍ଦା ଆନୁମାନିକ 8870 ମଧ୍ୟରୁ 6936 ନମୁନା ସଂଗ୍ରହ କରାଯାଇଥିଲା । ଏଥିରେ ସହରରେ ବିନା ଲକ୍ଷଣଯୁକ୍ତ କୋରୋନା ସଂକ୍ରମଣ ମାମଲା ଅଧିକ ଦେଖାଯାଇଥିଲା । ତେବେ ନାଗରିକ ସଂସ୍ଥା ଅନ୍ୟ ଏକ ସର୍ଭେ କରିବାକୁ ଯାଉଛି । ଯାହା ସଂକ୍ରମଣ ବ୍ୟାପିବା ବିଷୟରେ ସୂଚନା ପ୍ରଦାନ କରିବ ବୋଲି ବିଏମସି କହିଛି ।

ସାର୍ସ-କୋଭିଡ2 ସଂକ୍ରମଣ ପାଇଁ ସେରୋଲୋଜିକାଲ୍ ସର୍ଭିଲାନ୍ସ ଏନଆଇଟିଆଇ ଆୟୋଗ, ବିଏମସି ଏବଂ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫାଉଣ୍ଡେଣ୍ଟାଲ୍ ରିସର୍ଚ୍ଚ (ଟିଆଇଏଫଆର) ଦ୍ୱାରା ମିଳିତ ଭାବରେ କାମ କରିଥିଲେ ।

ନାଗରିକ କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ, ସେରୋ ସର୍ଭିଲାନ୍ସ ଫଳାଫଳ ସୂଚାଇ ଦେଇଛି ଯେ ଲକ୍ଷଣ ପ୍ରକାଶ ପାଉନଥିବା କାରଣରୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । କସ୍ତୁରବା ମୋଲେକୁଲାର ଡାଇଗ୍ନୋଷ୍ଟିକ୍ ଲାବ୍ରୋଟୋରୀ, ଆଞ୍ଚଳିକ ସ୍ୱାସ୍ଥ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଟିଏଚଏଆଇଠି), ଏଟିଇ ଚନ୍ଦ୍ର ଫାଉଣ୍ଡେସନ୍ ଏବଂ ଆଇଡିଏଫସି ପ୍ରତିଷ୍ଠାନର ମିଳିତ ସହଯୋଗରେ ଏହି ଅଧ୍ଯୟନ କରାଯାଇଛି ।

ପ୍ରକାଶ ଥାଉକି, କୋରୋନା ମାମଲା ଦୃଷ୍ଟିରୁ ଦେଶରେ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ଏବେ ମହାରାଷ୍ଟ୍ରରେ 3 ଲକ୍ଷ 84 ହଜାର କୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ କୋରୋନା କାରଣରୁ 13883 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେହିପରି ମୁମ୍ବାଇରେ କେବଳ ଏବେ 110846 କୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ ମୁମ୍ବାଇରେ 6184 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.