ETV Bharat / bharat

ଆସନ୍ତା 24 ଘଣ୍ଟା ମଧ୍ୟରେ ମୁମ୍ବାଇରେ ପ୍ରବଳ ବର୍ଷା ସମ୍ଭାବନା - ବଳ ବର୍ଷା ନେଇ ସତର୍କ ସୂଚନା

ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

ପ୍ରତିକାତ୍ମକ ଫଟୋ
author img

By

Published : Sep 6, 2019, 11:08 AM IST

ମୁମ୍ବାଇ: ଆସନ୍ତା 24ଘଣ୍ଟା ଯାଏଁ ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ତେବେ ମୁମ୍ବାଇ ସହ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସ୍ଥାନୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି । କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କୁହାଯାଇଛି ।

ପ୍ରବଳ ବର୍ଷା ଯୋଗୁଁ ଏବେ ମୁମ୍ବାଇ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁଁ ସମଗ୍ର ସହର ଉବୁଟୁବୁ ହେବା ଭଳି ସ୍ଥିତି ଉପୁଜିଛି। ମାୟାନଗରୀରେ ଲଗାତାର ବର୍ଷା କାରଣରୁ ବଡ ବଡ ବିଂଲ୍ଡି ବି ବୁଡି ଯାଇଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ କିଛି ଅଞ୍ଚଳରେ ଥିବା ସ୍କୁଲକୁ ବନ୍ଦ ରଖାଯାଇଛି।

ଅନ୍ୟପଟେ ବର୍ଷା ଯୋଗୁଁ 48 ଘଣ୍ଟା ମଧ୍ୟରେ 7ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବୁଧବାର ମୁମ୍ବାଇରେ 6 ଘଣ୍ଟା ଧରି ହୋଇଥିବା ଲଗାଣ ବର୍ଷା ପରିମାଣ 206.6 ମିଲିମିଟରରୁ 241.8 ମିମି ଥିବା ରେକର୍ଡ କରାଯାଇଛି।

ପ୍ରବଳ ବର୍ଷା ଫଳରେ ଏଠାକାର ରାସ୍ତାରେ ପାଣି ଜମି ରହିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଗୁରୁବାର ଲଗାତାର ବର୍ଷା କାରଣରୁ ମୁମ୍ବାଇ ଏୟାରପୋର୍ଟରେ 20ଟି ବିମାନର ଉଡାଣ ରଦ୍ଦ ହେବା ସହ 280 ଟି ବିମାନ ବିଳମ୍ବରେ ଉଡାଣ ଭରିଥିଲେ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.