ETV Bharat / bharat

18 ଘଣ୍ଟାରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା, ମୁମ୍ବାଇ ରାସ୍ତାରେ ଲହଢି ଭାଙ୍ଗୁଛି ବର୍ଷାଜଳ

author img

By

Published : Jul 15, 2020, 5:45 PM IST

ଲଗାଣ ବର୍ଷା ଏବେ ମୁମ୍ବାଇବାସୀଙ୍କ ଚିନ୍ତା କାରଣ ପାଲଟିଛି । ବୁଧବାର ଲଗାତାର ବର୍ଷା ହେବା ଯୋଗୁଁ ସହରର ମୁଖ୍ୟରାସ୍ତାରେ ଅଣ୍ଟାଏଁ ପାଣି ଭର୍ତ୍ତି ହୋଇଛି । ପାଣିପାଗ ବିଭାଗ ସହରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମୁମ୍ବାଇ ରାଜରାସ୍ତାରେ ଲହଢି ଭାଙ୍ଗୁଛି ବର୍ଷାଜଳ

ମୁମ୍ବାଇ: କୋରୋନା ସଙ୍କଟ ସାଙ୍ଗକୁ ଲଗାଣ ବର୍ଷା ଏବେ ମୁମ୍ବାଇବାସୀଙ୍କ ଚିନ୍ତାର କାରଣ ପାଲଟିଛି । ବୁଧବାର ଲଗାତାର ବର୍ଷା ହେବା ଯୋଗୁଁ ସହରର ମୁଖ୍ୟରାସ୍ତାରେ ଅଣ୍ଟାଏଁ ପାଣି ଭର୍ତ୍ତି ହୋଇଛି । ଏନେଇ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସହରର ଏପରି ସ୍ଥିତି ଦେଖି ମୁମ୍ବାଇ ବିଏମସି ଲୋକଙ୍କୁ ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି ଏବଂ ବିଶେଷ କରି ଯେଉଁ ସ୍ଥାନରେ ପାଣି ଜମାହୋଇ ରହୁଛି ସେଠାକୁ ପିଲାଙ୍କୁ ଆଦୌ ନଛାଡିବାକୁ ଅପିଲ କରାଯାଇଛି ।

ବିଏମସି ପୂର୍ବରୁ ମୁମ୍ବାଇ ପୋଲିସ ମଧ୍ୟ ଲୋକଙ୍କୁ ସାବଧାନ ଅବଲମ୍ବନ କରିବାକୁ କହିଥିଲା । ସୂଚନା ଥାଉକି ପାଣିପାଗ ବିଭାଗ ମୁମ୍ବାଇରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିଲେ । ବୁଧବାର ମୁମ୍ବାଇ, ଥାନେ, ପାଲଘର ଏବଂ ମହାରାଷ୍ଟ୍ରର ନିକବର୍ତ୍ତୀ ଅଞ୍ଚଳରେ ମଧ୍ୟ ଲଗାଣ ବର୍ଷା ନେଇ ଆଶଙ୍କା ରହିଛି ।

ଆଜି ରାତି ସୁଦ୍ଧା ଆରବ ସାଗରରେ 3.28 ମିଟର ଉଚ୍ଚ ଜୁଆର ହେବାର ଆଶଙ୍କା ରହିଛି । ଦେଶର ବହୁ ଅଞ୍ଚଳରେ ମୌସୁମୀ ବର୍ଷା ହେଉଛି । ସେପଟେ ଆସାମରେ ଲଘୁଚାପ ଯୋଗୁଁ ବନ୍ୟା ଉପୁଜିଛି । ସେହିପରି ବିହାର, ଗୁଜୁରାଟ, ମଧ୍ୟପ୍ରଦେଶର ବହୁ ଜିଲ୍ଲାରେ ବର୍ଷା ୟୋଗୁଁ ଜଳମଗ୍ନ ହୋଇଛି । ଆଣ୍ଡାମାନ ଓ ନିକୋବରରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.