ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷଙ୍କୁ ଯୌନ ଶୋଷଣ ଅଭିଯୋଗରେ ଫସିଲେ ନାମୀଦାମୀ ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ଆସନ୍ତାକାଲି 11ଟାରେ ଭରସୋଭା ପୋଲିସ ଷ୍ଟେସନରେ ହାଜର ହେବାକୁ ପୋଲିସ ପଠାଇଲା ସମନ ।
ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପାୟଲଙ୍କୁ ଖରାପ ବ୍ୟବହାର ଦେଖେଇବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗରେ ଲେଖା ହୋଇଥିବା କହିଛି ମୁମ୍ବାଇ ପୋଲିସ । ମାତ୍ର ଅନୁରାଗ ଏ ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି । ତେବେ ଆଇନଗତ ଭାବରେ ତଦନ୍ତ ପାଇଁ ଅନୁରାଗ ପୋଲିସକୁ ସହଯୋଗ କରିବେ ବୋଲି କହିଛନ୍ତି । ଏପଟେ ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ ଆସନ୍ତାକାଲି ଅର୍ଥାତ 1 ଅକ୍ଚୋବର ସମୟ ସକାଳ 11ଟାରେ ମୁମ୍ବାଇର ଭରସୋଭା ପୋଲିସ ଷ୍ଟେସନରେ ହାଜର ହେବାକୁ ଅନୁରାଗଙ୍କୁ ସମନ ଜାରି କରିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ