ମୁମ୍ବାଇ: ଆଉ ମାତ୍ର ଦୁଇ ଦିନ । ଅବତରଣ କରିବେ ଅଗ୍ରପୂଜ୍ୟ ଗଣପତି । ଏଥର କିନ୍ତୁ ପୃଥିବୀରେ ନୁହେଁ ମହାକାଶରେ ପୂଜା ପାଇବେ ମୂଷିକରାଜ । ଏଭଳି ଏକ ଆକର୍ଷଣୀୟ ପୂଜା ପେଣ୍ଡାଲ ଦେଖିବାକୁ ମିଳିଛି ମୁମ୍ବାଇର ଲାଲବାଗଚା ରାଜା ପେଣ୍ଡାଲରେ ।
ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଭିନ୍ନ ଢଙ୍ଗରେ ତିଆରି ହୋଇଛି ମୂର୍ତ୍ତି । ଚନ୍ଦ୍ରକୁ ଚନ୍ଦ୍ରଯାନ-2ର କ୍ଷେପଣକୁ ନେଇ ସମାନ ଭାବେ ପେଣ୍ଡାଲ ପ୍ରସ୍ତୁତ ହୋଇଛି । ଏହି ପେଣ୍ଡାଲକୁ ଦେଖିଲେ ମହାକାଶରେ ଗଣେଶ ଭାସୁଥିବା ଭଳି ଆପଣଙ୍କୁ ଲାଗିବ । ଗଣେଶଙ୍କୁ ମହାକାଶଚାରୀ ଓ ମହାକାଶ ଯାନ ଘେରି ରହିଥିବା ଭଳି ଦୃଶ୍ୟ ଆପଣ ଦେଖିବାକୁ ପାଇବେ ।
ଜନ ସମୁଦ୍ରରେ ପରିଣତ ହୋଇଛି ପେଣ୍ଡାଲ ସ୍ଥଳ । ଗଣପତି ବାପ୍ପା ମୋରିୟା ଧ୍ବନିରେ ଫାଟି ପଡୁଛି ରାସ୍ତାଘାଟ । ଏହି ପେଣ୍ଡାଲ ଦେଶର ସବୁଠୁ ବଡ ପୂଜା ପେଣ୍ଡାଲ ଭାବେ ପରିଚିତ ।