ETV Bharat / bharat

କଙ୍ଗନା ବନାମ ଶିବସେନା: ଅକ୍ଟୋବର 8ରେ ରାୟ ଶୁଣାଇବେ ମୁମ୍ବାଇ ହାଇକୋର୍ଟ - ରାୟ ଶୁଣାଇବେ ମୁମ୍ବାଇ ହାଇକୋର୍ଟ

ବିଏମସି ଦ୍ବାରା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଫିସ ଭାଙ୍ଗିବା ଶୁଣାଣି ଶେଷ ହୋଇଛି । ମୁମ୍ବାଇ ହାଇକୋର୍ଟରେ ଏହି ଶୁଣାଣି କରାଯାଇ ରାୟ ସଂରକ୍ଷିତ ରଖାଯାଇଛି ।

କଙ୍ଗନା ରଣାୱତ
କଙ୍ଗନା ରଣାୱତ
author img

By

Published : Oct 5, 2020, 5:08 PM IST

ମୁମ୍ବାଇ: ବିଏମସି ଦ୍ବାରା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଫିସ ଭାଙ୍ଗିବା ଶୁଣାଣି ଶେଷ ହୋଇଛି । ମୁମ୍ବାଇ ହାଇକୋର୍ଟରେ ଏହି ଶୁଣାଣି କରାଯାଇ ରାୟ ସଂରକ୍ଷିତ ରଖାଯାଇଛି । ଅକ୍ଟୋବର 8 ରେ ମୁମ୍ବାଇ ହାଇକୋର୍ଟ ଏହାର ରାୟ ପ୍ରଦାନ କରିବେ।

ସେପ୍ଟେମ୍ବର 9ରେ ମୁମ୍ବାଇ ହାଇକୋର୍ଟରେ ଓକିଲ ଏସଜେ କଥାୱାଲା ଏବଂ ଓକିଲ ଆରଆଇ ଚାଙ୍ଗଲାଙ୍କ ଖଣ୍ଡପୀଠ କଙ୍ଗନାଙ୍କ ଘରର କିଛି ଅଂଶ ଭାଙ୍ଗିବା ବିରୋଧରେ ବିଏମସି ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିଥିଲେ। କଙ୍ଗନାଙ୍କ ଓକିଲ ବୀରେନ୍ଦ୍ର ସାରଫ କହିଛନ୍ତି ଯେ ବିଏମସି ନୋଟିସର ଜବାବ ଦେବାକୁ ମାତ୍ର 24 ଘଣ୍ଟା ସମୟ ଦେଇଥିଲା। ସେ କହିଛନ୍ତି ଯେ ବିଏମସି ସମୟ ପୂର୍ବରୁ କାର୍ଯ୍ୟ ଆରମ୍ଭ କରିଥିଲା।

ପ୍ରକାଶଥାଉକି, କଙ୍ଗନା ରଣାୱତ ବିଏମସି ବିରୋଧରେ ମୁମ୍ବାଇ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏଥିସହ କଙ୍ଗନା 2 କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ମୁମ୍ବାଇ ହାଇକୋର୍ଟ ଏହାର ଶୁଣାଣି କରିଛନ୍ତି। ଉଭୟ ପକ୍ଷ ଲିଖିତ ଆକାରରେ ନିଜର ବିବୃତ୍ତି ଦାଖଲ କରିଛନ୍ତି।

ସୁଶାନ୍ତ ସିଂଙ୍କ ମୃତ୍ୟୁ ପରଠାରୁ କଙ୍ଗନା ଚର୍ଚ୍ଚାରେ ଅଛନ୍ତି । ଶିବସେନା, ମହାରାଷ୍ଟ୍ର ସରକାର ଏବଂ କଙ୍ଗନା ମଧ୍ୟରେ ନିରନ୍ତର ବାକ୍ ଯୁଦ୍ଧ ଚାଲିଛି । କଙ୍ଗନା ପ୍ରଥମେ ମୁମ୍ବାଇକୁ ପିଓକେ ବୋଲି ସମ୍ବୋଧନ କରିଥିଲେ, ଏହାପରେ ରାଜନୈତିକ ଆଲୋଚନା ଜୋର୍ ଧରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.