ETV Bharat / bharat

ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମିଲିନ୍ଦ ଦେଓରା

author img

By

Published : Jul 7, 2019, 4:37 PM IST

ରବିବାର ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ANI

ମୁମ୍ବାଇ: ଲୋକସଭା ନିର୍ବାଚନର ଫଳାଫଳ ପରଠାରୁ କଂଗ୍ରେସରେ ଜାରି ରହିଛି ଇସ୍ତଫା ଝଡ । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ମୁମ୍ବାଇ ପ୍ରଦେଶ ଅଧ୍ୟକ୍ଷ ମିଲିନ୍ଦ ଦେଓରା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ରବିବାର ଇସ୍ତଫା ଦେବାପରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏକ ତିନି ଜଣିଆ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଗଠନ କରିବାକୁ ପ୍ରସ୍ତାବ ରଖିଛନ୍ତି । ଏହି ପ୍ୟାନେଲ ରାଜ୍ୟରେ କଂଗ୍ରେସର ନେତୃତ୍ବ ନେବ ବୋଲି ସେ କହିଛନ୍ତି ।

ଲେକସଭା ନିର୍ବାଚନ ପୂର୍ବରୁ ଦଳ ଦେଓରାଙ୍କୁ ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଥିଲା । ସଞ୍ଜୟ ନିରୁପମଙ୍କୁ ଅଧ୍ୟକ୍ଷ ପଦରୁ ଛୁଟି ଦେଇ ହଠାତ୍‌ ଏହି ନିଷ୍ପତ୍ତି ନେଇଥିଲା ଦଳ । ତେବେ ଲୋକସଭା ନିର୍ବାଚନ ପରେ ପରାଜୟର ଦାୟିତ୍ବ ନିଜ ଉପରକୁ ନେଇ ଆଜି ସେ ଇସ୍ତଫା ଦେଇଛନ୍ତି ।

ସେପଟେ ଦେଓରା ଇସ୍ତଫା ପରେ କେନ୍ଦ୍ର ରାଜନୀତିରେ ଆସିପାପରନ୍ତି । ଦଳ ତାଙ୍କୁ ରାଷ୍ଟ୍ରୀୟ ସ୍ତରରେ କୌଣସି ବଡ ଦାୟିତ୍ବ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

Intro:Body:

asfa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.