ETV Bharat / bharat

ହାଫିଜ ସଇଦର ବ୍ୟାଙ୍କ ଆକାଉଣ୍ଟ ପୁଣିଥରେ ଚାଲୁ କଲା ପାକିସ୍ତାନ

author img

By

Published : Jul 12, 2020, 5:21 PM IST

2008 ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦ ସମେତ ଜମାତ-ଉଦ-ଦାବା ଏବଂ ଲସ୍କର-ଇ-ତୋଇବାର 5 ନେତାଙ୍କା ବ୍ୟାଙ୍କ ଆକାଉଣ୍ଟ ପୁଣିଥରେ ଚାଲୁ କରିଛି ପାକିସ୍ତାନ ।

 ହାଫିଜ ସଇଦ
ହାଫିଜ ସଇଦ

ଇସଲାମାବାଦ: 2008 ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦ ସମେତ ଜମାତ-ଉଦ-ଦାବା ଏବଂ ଲସ୍କର-ଇ-ତୋଇବାର 5 ନେତାଙ୍କା ବ୍ୟାଙ୍କ ଆକାଉଣ୍ଟ ପୁଣିଥରେ ଚାଲୁ କରିଛି ପାକିସ୍ତାନ । ଜାତିସଂଘ ସୁରକ୍ଷା ପରିଷଦ କମିଟିର ମଞ୍ଜୁରୀ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଏନେଇ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।

ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟ ପୁଣିଥରେ ଚାଲୁ ହୋଇଛି ସେମାନଙ୍କ ମଧ୍ୟରେ ଆତଙ୍କବାଦୀ ହାଫିଜ ସଇଦ ସମେତ ଜମାତ-ଉଦ-ଦାବା ନେତା ଅବ୍ଦୁଲ ସଲାମ ଭୁଟ୍ଟବୀ, ହାଜି ଏମ ଅଶରଫ, ୟାହ୍ବା ମୁଜାହିଦ ଏବଂ ଜଫର ଇକବାଲ ସାମିଲ ଅଛନ୍ତି । ତେବେ ଏହି ସମସ୍ତେ ୟୁଏନଏସସି ଦ୍ବାରା ସୂଚୀବଦ୍ଧ ଆତଙ୍କବାଦୀ ଅଟନ୍ତି । ପଞ୍ଜାବ କାଉଣ୍ଟର ଟେରରିଜମ ଡିପାର୍ଟମେଣ୍ଟ ସେମାନଙ୍କ ବିରୋଧରେ ଟେରର ଫଣ୍ଡିଂ ମାମଲା ରୁଜୁ କରିଥିଲା । ଏହି ମାମଲା ଅଧିନରେ ସେମାନେ ଲାହୋରରେ ଜେଲଦଣ୍ଡ ଭୋଗୁଛନ୍ତି ।

ତେବେ ଏନେଇ ଆତଙ୍କବାଦୀ ସଂଗଠନର ଜଣେ ନେତା କହିଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଜାତିସଂଘ ସୁରକ୍ଷା ପରିଷଦରେ ବ୍ୟାଙ୍କ ଆକାଉଣ୍ଟକୁ ପୁଣିଥରେ ଚାଲୁ କରିବା ପାଇଁ ଅନୁମତି ମାଗିଥିଲା । ଏହାଦ୍ବାରା ସେ ନିଜ ପରିବାର ଚଳାଇବ ବୋଲି କହିଥିଲା । ତେବେ ପ୍ରଥମେ ଏହି ଆବେଦନ ଦାଖଲ ନକରିବାକୁ ନିଷ୍ପତ୍ତି ନେଇଥିଲୁ । କିନ୍ତୁ ପରବର୍ତ୍ତୀ ସମୟରେ ଜାତିସଂଘରେ ଆବେଦନ କରିବାକୁ ଆମକୁ ପରାମର୍ଶ ଦିଆଯାଇଥିଲା । କାରଣ ଏହି 5 ଜଣଙ୍କ ପରିବାର ଚଳାଇବା କଷ୍ଟକର ହୋଇପଡିଥିଲା ।

ସେପଟେ ଏହି 5 ଆତଙ୍କବାଦୀ ନେତା ନିଜ ଅନୁରୋଧରେ ସେମାନଙ୍କ ଆୟ ଏବଂ ଆୟର ସ୍ରୋତ ସମ୍ପର୍କରେ ପାକିସ୍ତାନ ସରକାରଙ୍କୁ କହିଥିଲେ । ଏହି ତଥ୍ୟକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ସହ ଜୋଡି ଜାତିସଂଘକୁ ପଠାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.