ମୁମ୍ବାଇ: ଦେଶରେ କୋରୋନା ସଙ୍କଟ ଜାରି ରହିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର କରିଛି । ଆଉ ଏପରି ସ୍ଥିତିରେ କୋରୋନା ଓ୍ବାରିୟର୍ସ ମାନେ ଯେପରିକି, ପୋଲିସ, ସ୍ବାସ୍ଥ୍ୟକର୍ମୀ, ସଫେଇକର୍ମଚାରୀ ସେମାନଙ୍କର ଜୀବନକୁ ବାଜି ଲଗାଇ ଦିନ ରାତି ଲୋକଙ୍କ ସେବାରେ ଲାଗିଛନ୍ତି । ଆଉ ଏହି କାରଣରୁ ସେମାନେ ମଧ୍ୟ କୋରୋନା ସଂକ୍ରମିତ ହେଉଛନ୍ତି ।
ସେମାନଙ୍କୁ ସ୍ବାଗତ ଜଣାଇବାକୁ ସରାକଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଛି । ନିକଟରେ ବାୟୁସେନା ପକ୍ଷରୁ ଆକଶ ମାର୍ଗରୁ ଫୁଲ ବର୍ଷା କରାଯାଇଥିଲା । ତେବେ ଏପରିସ୍ଥଳେ ମୁମ୍ବାଇର ଅଶୋକ କୁର୍ମି ନାମକ ଜଣେ ଚିତ୍ରକାର ସିଓନ ସ୍ଥିତ ପୂର୍ବ ଜାତୀୟ ରାଜପଥରେ 2ଟି ଚିତ୍ର ଆଙ୍କି ସଚେତନ କରିବା ସହ ପୋଲିସକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଅଶୋକ କହିଛନ୍ତିଯେ, ''ସମସ୍ତ ପୋଲିସ କର୍ମୀ ମାନଙ୍କୁ ମୋର ଧନ୍ୟବାଦ, ସେମାନେ ଏହି କୋରୋନା ସଙ୍କଟରେ ଲକଡାଉନ ସମୟରେ ଦିନ ରାତି ନିରନ୍ତର ଭାବେ ଆମ ସେବାରେ ଲାଗିଥିବାରୁ । ସେ କହିଛନ୍ତି ମୁଁ ଯେତବେଳେ ଦେଖିଲି ପ୍ରବାସୀ ଶ୍ରମିକ ମାନେ ଯତବେଳେ ଏହି ଲକଡାଉନ ସମୟରେ ସେମାନଙ୍କ ଘରକୁ ଫେରିବା ପାଇଁ ଚାଲିଚାଲି ଯାଉଛନ୍ତି, ଆଉ ପୋଲିସ ସେମାନଙ୍କୁ ନେଇ ସୁରକ୍ଷିତ ସ୍ଥାନରେ ରଖି ଖାଇବାପିଇବାର ବନ୍ଦୋବସ୍ତ କରୁଛି । ଏହା ଦେଖି ମୋର ଇଚ୍ଛା ହେଲା ମୁଁ ପୋଲିସ ଧନ୍ୟବାଦ ଜଣାଇବା ସହ କୋରୋନା ସଚେତନତା ବାର୍ତ୍ତା ଦେବାକୁ । ତେଣୁ ମୁଁ ରାସ୍ତାରେ ଏହି 2ଟି ଚିତ୍ର ଆଙ୍କିଛି'' ।