ETV Bharat / bharat

ଚୋରା ସୁନା କାରବାରର ପେଣ୍ଠସ୍ଥଳୀ ପାଲଟିଛି ମୁମ୍ବାଇ ବିମାନବନ୍ଦର - smuggling

ବାରମ୍ବାର ଚଢ଼ାଉ ପରେ ବି ଥମିବାର ନାଁ ଧରୁନାହିଁ ଚୋରା ସୁନାଚାଲାଣ

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ
author img

By

Published : Feb 18, 2019, 11:40 PM IST

ମୁମ୍ବାଇ: ବାରମ୍ବାର ଚଢ଼ାଉ ପରେ ବି ଥମିବାର ନାଁ ଧରୁନାହିଁ ଚୋରା ସୁନାଚାଲାଣ । ମୁମ୍ବାଇ ଏୟାରପୋର୍ଟରୁ ଆଜି ୩ କୋଟି ୩୧ ଲକ୍ଷ ଟଙ୍କା ର ସୁନା ବିସ୍କୁଟ ଜବତ ହୋଇଛି । ଏହି ଘଟଣାରେ ୩ ଜଣ ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରାଯାଇଛି ।

ଏହି ତିନିଜଣଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବାବେଳେ ଜଣେ ନାବାଳକ ରହିଛି । ମିଳିଥିବା ସୂଚନା ମୁତାବକ ଶ୍ରୀଲଙ୍କାରୁ ମୁମ୍ବାଇକୁ ପାଖାପାଖି ୧ କିଲୋ ସୁନା ଚୋରାଚାଲାଣ ହେଉଥିବାର ଖବର ମିଳିଥିଲା । ଆଉ ଏହାପରେ ଏୟାର ଇଣ୍ଟେଲିଜେନ୍ସ ୟୁନିଟ ପକ୍ଷରୁ ଜେରା କରାଯାଇଥିଲା । ଏହି ସମୟରେ ଶ୍ରୀଲଙ୍କାର ଏହି ତିନି ନାଗରିକଙ୍କ ନିକଟରୁ ସୁନା ଜବତ ହୋଇଥିଲା ।

ତେବେ ଏହି ଘଟଣା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଚୋରା ସୁନା ଚାଲାଣ କରାଯାଉଥିବାବେଳେ ଏହାର ପର୍ଦାଫାଶ କରାଯାଇଥିଲା । ଚଳିତବର୍ଷ ଫେବୃୟାରୀ ୧୪ରେ ୨୨ କିଲୋ ସୁନା ନେଇଯାଉଥିବାବେଳେ ଜଣଙ୍କୁ ଗିରଫ କରାଯାଇଥିଲା । ଆଉ ଏହି ସବୁ ସୁନାର ମୂଲ୍ୟ ୬ କୋଟି ଟଙ୍କାରୁ ଅଧିକ ଥିଲା । ପୂର୍ବ ବର୍ଷ ମଧ୍ୟ ୧୦ କୋଟିରୁ ଅଧିକ ଟଙ୍କାର ସୁନା ଜବତ କରାଯାଇଥିଲା ।

Intro:Body:

ୟୁଟ୍ୟୁବରେ ନାଗିନୀଙ୍କ ଗଲି ଗଲି, ପାଗଳ ହେଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମୌନୀ ରାୟଙ୍କ ଭାଗ୍ୟ ଏବେ ସଫଳତା ଦେଇ ଗତି କରୁଛି । ଛୋଟ ପରଦାର ଏହି ନାଗିନୀ ଅକ୍ଷୟ କୁମାରଙ୍କ ହିଟ୍ ଫିଲ୍ମ 'ଗୋଲ୍ଡ' ଜରିଆରେ ବି-ଟାଉନରେ ପଦାର୍ପଣ କରିଥିଲେ । ଯାହାପରଠାରୁ ସେ ସଫଳତା ପାହାଚରେ ଆଗେଇ ଚାଲିଛନ୍ତି । ଇତିମଧ୍ୟରେ ସେ 90 ଦଶକର ଲୋକପ୍ରିୟ ଗୀତ 'ଗଲି ଗଲି ମେଁ ଫିରତା ହୈ' ରିମେକ ଗୀତରେ ଡାନ୍ସ କରି ହଜାର ହଜାର ଦର୍ଶକ ମନ କିଣିସାରିଛନ୍ତି । ଏହି ଗୀତରେ ସଲମାନ ଖାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ସଙ୍ଗୀତା ଡାନ୍ସ କରିଥିବାର ଦେଖାଯାଇଥିଲେ । ଏଥର ମୌନୀ ନିଜ ଜଲୱା ଦେଖାଅଛନ୍ତି ଏବଂ ଗୀତରେ ତାଙ୍କ ବେଲୀ ଡାନ୍ସକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ ।

ସାଧରଣତଃ ଆସୁଥିବା ରିମେକ୍ସ ଗୀତ ମଧ୍ୟରୁ ଏହି ଗୀତଟି ଆପଣକୁ ଖୁବ୍ ଭିନ୍ନ ଲାଗିବ । କାରଣ ପୁରା ଗୀତରେ 'ଗଲି ଗଲି'ର ଅଳ୍ପ ବିଟ୍ସ ଶୁଣିବାକୁ ମିଳିଛି । ଆଜ୍ଞା ହଁ, ତାମିଲ ସୁପରଷ୍ଟାର ୟଶଙ୍କ ହିଟ୍ ଫିଲ୍ମ 'କେଜିଏଫ'ର ଏହି ଗୀତଟି । ଟି-ସିରିଜ ଦ୍ବାରା ଗତବର୍ଷ ଡିସେମ୍ବର 12ରେ ୟୁଟ୍ୟୁବରେ ଅପଲୋଡ କରାଯାଇଥିବା ଏହି ଗୀତକୁ ଏଯାବତ 10 କୋଟିରୁ ଅଧିକ ଭିୟୋର୍ସ ଦେଖିସାରିଲେଣି । ଯାହା ୟୁଟ୍ୟୁବର ସବୁଠାରୁ ଅଧିକ ଦେଖାଯାଇଥିବା ଭିଡିଓରେ ସାମିଲ ହୋଇଛି ।

ଗୀତଟିକୁ ତାନିଷ୍କ ବାଗଚୀ କମ୍ପୋଜ କରିଥିବା ବେଳେ ଗୀତରେ କଣ୍ଠ ଦେଇଛନ୍ତି ଫେମସ ଗାୟିକା ନେହା କକ୍କଡ । ବର୍ତ୍ତମାନ ଏହି ଗୀତ ଜରିଆରେ ମୌନୀ ଖୁବ୍ ପପୁଲାର ହୋଇପାରିଛନ୍ତି । ଜଣାଇ ଦେଉଛୁ ଯେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ୟଶ । ଯାହାଙ୍କ ଫିଲ୍ମ 'କେଜିଏଫ' ବକ୍ସ ଅଫିସରେ ଶାନଦାର ଆୟ କରି ସୁପରହିଟ୍ ସାବ୍ୟସ୍ତ ହୋଇଛି । 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.