ETV Bharat / bharat

ମୁମ୍ବାଇରୁ ଆସିଲା ଆଶ୍ବସ୍ତିକର ଖବର, ଏକାଥରେ ସୁସ୍ଥ ହେଲେ 137 କୋରୋନା ରୋଗୀ - 137 କୋରୋନା ଆକ୍ରାନ୍ତ ସୁସ୍ଥ

କୋରୋନା ଭାଇରସ ସଙ୍କଟ ମଧ୍ୟରେ ମୁମ୍ବାଇରୁ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ମୁମ୍ବାଇର ୱର୍ଲି ସ୍ଥିତ କ୍ୱାରେଣ୍ଟିନ ସେଣ୍ଟରରୁ 137 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

corona
ଏକାସହ ସୁସ୍ଥ ହେଲେ 137 କୋରୋନା ରୋଗୀ
author img

By

Published : May 10, 2020, 8:27 AM IST

ମୁମ୍ବାଇ: କୋରୋନା ଭାଇରସ ସଙ୍କଟ ମଧ୍ୟରେ ମୁମ୍ବାଇରୁ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ମୁମ୍ବାଇର ୱର୍ଲି ସ୍ଥିତ କ୍ୱାରେଣ୍ଟିନ ସେଣ୍ଟରରୁ 137 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବର୍ତ୍ତମାନ ଏହି ରୋଗୀମାନେ ନିଜ ନିଜ ଘରକୁ ଯିବେ । କିନ୍ତୁ ସେମାନଙ୍କୁ ମଧ୍ୟ ସେଠାରେ ନଜର ରଖାଯିବ । ତେବେ ଏହି ସମୟରେ ମୁମ୍ବାଇର ଝୁଗୀ ବସ୍ତି ଅଞ୍ଚଳରେ ଧରାବୀରୁ ଏକ ଖବର ଆସିଛି । ଯେଉଁଠାରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ 5 ଜଣଙ୍କର ମୃତ୍ୟୁ ଘଟିଛି। ସେଥିପାଇଁ ଯେଉଁ କୋରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ସେମାନଙ୍କ ଉପରେ ମଧ୍ୟ କଡା ନଜର ରଖାଯିବ ।

ତେବେ ଏକା ସହ ସୁସ୍ଥ ହୋଇ ଫେରିଥିବା 137 କୋରୋନା ଆକ୍ରାନ୍ତଙ୍କୁ ୱର୍ଲି ସ୍ଥିତ ନ୍ୟାସନାଲ ସ୍ପୋର୍ଟସ କ୍ଲବ ଅଫ୍ ଇଣ୍ଡିଆ (ଏନଏସସିଏ) ର ବିଏମସିର କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଥିଲା । ଯେଉଁଠାରେ କୋରୋନା ପଜିଟିଭ ରୋଗୀ ଚିକିତ୍ସିତ ହେଉଛନ୍ତି। ତେବେ ଗତ ଶନିବାର 137 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପ୍ରକାଶ ଥାଉକି, ବର୍ତ୍ତମାନ ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 20 ହଜାରକୁ ବୃଦ୍ଧି ପାଇଛି। କୋରୋନା କାରଣରୁ ମହାରାଷ୍ଟରେ 48 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.