ETV Bharat / bharat

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂ ଯାଦବ - ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂ ଯାଦବ

ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଯିବାରୁ ତାଙ୍କୁ ବୁଧବାର ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲରେ ଆଡମିଟ୍ କରାଯାଇଛି । ବର୍ତ୍ତମାନ ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ। ଥିବା ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ରାକେଶ କପୁର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Mulayam Singh
Mulayam Singh
author img

By

Published : May 7, 2020, 7:24 PM IST

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ପୂର୍ବତନ ମୁଖ୍ୟ, ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଯିବାରୁ ତାଙ୍କୁ ବୁଧବାର ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲରେ ଆଡମିଟ୍ କରାଯାଇଛି ।

ବର୍ତ୍ତମାନ ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ। ଥିବା ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ରାକେଶ କପୁର ସୂଚନା ଦେଇଛନ୍ତି । ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥାର ପରେ ତାଙ୍କ ଭାଇ ତଥା ପ୍ରଗତିଶୀଳ ସମାଜବାଦି ପାର୍ଟି ଲୋହିଆର ପ୍ରତିଷ୍ଠାତା ଶିବପାଲ ଯାଦବ ଓ ମୁଲାମୟଙ୍କ ପୁଅ ଏସପି ସଭାପତି ଅଖିଳେଶ ସିଂ ଯାଦବ ମଧ୍ୟ ତାଙ୍କୁ ଦେଖା କରିଥିଲେ।

ଡକ୍ଟର ରାକେଶ କପୁର କହିଛନ୍ତି, 'ମୁଲାୟମ ସିଂ ଯାଦବଙ୍କ କୋଷ୍ଠକାଠିନ୍ୟ ସମସ୍ୟା ହୋଇଥିଲା। ଏହି କାରଣରୁ ତାଙ୍କୁ ବୁଧବାର ମେଦାନ୍ତରେରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଏଣ୍ଡୋସ୍କୋପିରେ ଚିକିତ୍ସା କରାଯାଇଥିଲା, ଯାହା ପରେ ତାଙ୍କ ଅବସ୍ଥା ସ୍ବାଭାବିକ ହୋଇଛି। ତାଙ୍କୁ ଶୁକ୍ରବାର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇପାରେ ।

ବୃଦ୍ଧାବସ୍ଥା ହେତୁ ମୁଲାୟମ ସିଂ ଯାଦବ ରୋଗରେ ପୀଡିତ । ଏଥିସହ ପେଟ ଜନିତ ସମସ୍ୟା ହେତୁ ତାଙ୍କୁ ପୂର୍ବରୁ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.