ETV Bharat / bharat

ବଙ୍ଗ ରାଜନୀତିରେ ଝଡ: ‘ବିଜେପି ସଂପର୍କରେ ଟିଏମସି-କଂଗ୍ରେସ-ସିପିଏମର 107 ବିଧାୟକ’ - BJP

ପଶ୍ଚିମବଙ୍ଗ ରାଜନୀତିରେ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ନେତା ମୁକୁଲ ରାୟ ଦାବି କରିଛନ୍ତି ବିଧାନସଭାର 107 ଜଣ ବିଧାୟକ ବିଜେପି ସଂପର୍କରେ ଅଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Jul 13, 2019, 10:20 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର 107 ଜଣ ସଭ୍ୟ ବିଜେପି ସଂପର୍କରେ ରହିଥିବା ବିଜେପି ନେତା ମୁକୁଲ ରାୟ ଦାବି କରିଛନ୍ତି । ବିଧାୟକମାନେ ପ୍ରମୁଖ ଭାବରେ କମ୍ୟୁନିଷ୍ଟ ଦଳ, କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଦଳର । ଏହି ବିଧାୟକମାନେ ବିଜେପିରେ ମିଶିବାକୁ ପ୍ରସ୍ତୁତ ଥିବା ସେ ପ୍ରକାଶ କରିଛନ୍ତି । ଯାହା ଶାସକ ତୃଣମୂଳ କଂଗ୍ରେସର ହୋସ ଉଡାଇ ଦେଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଆଜି ମୁକୁଲ ରାୟ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି । କେଉଁମାନେ ସାମିଲ ହେବେ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରିବା ସହ ବିଧାୟକମାନଙ୍କ ସହିତ ଲଗାତାର ସଂପର୍କରେ ରହିଥିବା ସେ କହିଛନ୍ତି । ଦୁଇ ମାସ ପୂର୍ବରୁ 50ରୁ ଊର୍ଦ୍ଧ୍ବ ତୃଣମୂଳ କଂଗ୍ରେସ କାଉସିଲର ଓ ଦୁଇ ବିଧାୟକ ବିଜେପିରେ ଯୋଗ ଦେଇଥିଲେ । ଏହା ପରେ ଏହି ଘଟଣା ପଶ୍ଚିମବଙ୍ଗ ରାଜନୀତିରେ ଉଷ୍ମତା ସୃଷ୍ଟି କରିଛି ।

ଗତ ସାଧାରଣ ନିର୍ବାଚନରେ ମମତା ବାନାର୍ଜୀଙ୍କ ସରକାରଙ୍କୁ ବିଜେପି ଧକ୍କା ଦେଇଥିଲା । ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରି 18ଟି ଲୋକସଭା ଆସନ ଅକ୍ତିଆର କରିଥିବା ବେଳେ ତୃଣମୂଳ କଂଗ୍ରେସର ଆସନକୁ 22 ମଧ୍ୟରେ ସୀମିତ ରଖିବାରେ ସମର୍ଥ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.