ETV Bharat / bharat

ସାଉଦ ଆରବରେ ମୁକେଶ ଅମ୍ବାନୀ, କହିଲେ ‘ହଁ ଭାରତରେ ଚାଲିଛି ମାନ୍ଦାବସ୍ଥା’

author img

By

Published : Oct 30, 2019, 1:08 PM IST

ସାଉଦି ଆରବର ରିୟାଦରେ ଆୟୋଜିତ ହୋଇଛି ବାର୍ଷିକ ନିବେଶ ମଞ୍ଚ 'ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିସିଏଟିଭ' କାର୍ଯ୍ୟକ୍ରମ । ଯେଉଁଥିରେ ରିଲାୟନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଯୋଗଦେଇ ଭାରତ ଆର୍ଥିକ ମାନ୍ଦାବସ୍ଥା ଦେଇ କରୁଥିବା ସ୍ବୀକାର କରିଛନ୍ତି । ଏହା ଅସ୍ଥାୟୀ ଓ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ଭାରତ ଆର୍ଥିକ ମାନ୍ଦାବସ୍ଥା ଦେଇ କରୁଥିବା ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ଖୋଦ ରିଲାୟନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏହାକୁ ସ୍ବୀକାର କରିଛନ୍ତି । ସାଉଦି ଆରବର ରିୟାଦରେ ଆୟୋଜିତ ବାର୍ଷିକ ନିବେଶ ମଞ୍ଚ 'ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିସିଏଟିଭ' ନାମକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏପରି କହିଛନ୍ତି ।

ତେବେ ଏଠାରେ ସୂଚନା ଥାଉ ଯେ, 29 ରୁ 31 ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ମୁକେଶ ଅମ୍ବାନୀଙ୍କ ସମେତ ଅନେକ ଦିଗଜ୍ଜ ଭାରତୀୟ ବ୍ୟବସାୟୀ ମଧ୍ୟ ସାମିଲ ହୋଇଛନ୍ତି । ମୁକେଶ ଅମ୍ବାନୀ ମଙ୍ଗଳବାର ଏହି କାର୍ଯ୍ୟକ୍ରମକୁ ସମ୍ବୋଧନ କରିଥିବା ବେଳେ ଭାରତୀୟ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା ନେଇ ସ୍ବୀକାର କରିଥିଲେ । ଏହାସହ ଏପରି କହିଥିଲେ ଯେ ଏହା ଅସ୍ଥାୟୀ ଅଟେ ଓ ଏହାର ସମାଧାନ ଖୁବ ଶୀଘ୍ର ହେବ । ମାନ୍ଦାବସ୍ଥାରୁ ବାହାରିବା ପାଇଁ ଭାରତ ସରକାର ନିକଟରେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି ଏବଂ ମୋର ବିଶ୍ବାସ ଯେ ଖୁବଶୀଘ୍ର ଏହାର ସମାଧାନ ହେବ ।

ସାଉଦିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏପରି ମଧ୍ୟ କହିଛନ୍ତି ଯେ ପିଏମ ମୋଦି, ସାଉଦି କିଙ୍ଗ ସଲମାନ ବିନ ଅବଦୁଲ ଅଜିଜ ଅଲ ସାଉଦ ଓ ତାଙ୍କ ପୁଅ ପ୍ରିନ୍ସ ମଦମ୍ମଦ ବିନ ସଲମାନ ବିନ ଅବଦୁଲ ଅଜିଜଙ୍କ ଲିଡରସିପ ସୁନିଶ୍ଚିତ ଭାବରେ ପରିବର୍ତ୍ତନ ଆଣିବେ । ଦୁଇ ଦେଶ ମଧ୍ୟରେ ଏହି 3 ନେତାଙ୍କ ନେତୃତ୍ବ ସମଗ୍ର ବିଶ୍ବରେ ଭିନ୍ନ । ତେବେ ସାଉଦି ଆରବରେ ଗତ 2 ରୁ 3 ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଥିବା ମୁକେଶ ଅମ୍ବାନୀ କହିଛନ୍ତି ।

ସେ ଏହାମଧ୍ୟ କହିଛନ୍ତି ଯେ ଭାରତୀୟ ଅର୍ଥବ୍ୟବସ୍ଥାର ଗ୍ରୋଥ ରେଟ୍‌ ଗତ 5 ମାସ ମଧ୍ୟରେ ହ୍ରାସ ହେଉଥିବା ଦେଖିବାକୁ ମିଳୁଛି । ଏପ୍ରିଲ-ଜୁନ ମାସରେ ଜିଡିପି ହାର 5 ପ୍ରତିଶତକୁ ଖସି ଆସିଛି । ଯେତେବେଳେ କି ଏକ ବର୍ଷ ପୂର୍ବରୁ ଏହା 8 ପ୍ରତିଶତ ଥିଲା । ତେବେ 2013 ପରେ ଏପରି ଅବସ୍ଥା ଚଳିତ ବର୍ଷ ଦେଖିବାକୁ ମିଳିଥିବା ମୁକେଶ ଅମ୍ବାନୀ ପ୍ରକାଶ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.