ମୁମ୍ବାଇ: ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଦେଶ । ଏହାସହ ନିଜ ନିଜ ପ୍ରଚାରରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ । ଏହି କ୍ରମରେ କଂଗ୍ରେସର ଦକ୍ଷିଣ ମୁମ୍ବାଇ ଲୋକସଭା ପ୍ରାର୍ଥୀ ମିଲିନ୍ଦ ଦେୱଡାଙ୍କ ପାଇଁ ପ୍ରଚାର କରୁଛନ୍ତି ଦେଶର ମାନ୍ୟଗନ୍ୟ ବ୍ୟକ୍ତି । ଏହି ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ରିଲାଏନ୍ସ କମ୍ପାନୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ । ସେ ମିଲିନ୍ଦ ଦେୱଡାଙ୍କ ପାଇଁ ଭୋଟ ମାଗୁଥିବାର ଦେଖାଯାଉଛି ।
-
From small shopkeepers to large industrialists - for everyone, South Mumbai means business.
— Milind Deora (@milinddeora) April 17, 2019 " class="align-text-top noRightClick twitterSection" data="
We need to bring businesses back to Mumbai and make job creation for our youth a top priority.#MumbaiKaConnection pic.twitter.com/d4xJnvhyKr
">From small shopkeepers to large industrialists - for everyone, South Mumbai means business.
— Milind Deora (@milinddeora) April 17, 2019
We need to bring businesses back to Mumbai and make job creation for our youth a top priority.#MumbaiKaConnection pic.twitter.com/d4xJnvhyKrFrom small shopkeepers to large industrialists - for everyone, South Mumbai means business.
— Milind Deora (@milinddeora) April 17, 2019
We need to bring businesses back to Mumbai and make job creation for our youth a top priority.#MumbaiKaConnection pic.twitter.com/d4xJnvhyKr
ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁକେଶ ଅମ୍ବାନୀଙ୍କ ଭାଇ ଅନୀଲ ଅମ୍ବାନୀଙ୍କୁ ରାଫେଲ ଦୁର୍ନୀତିକୁ ନେଇ କ୍ରମାଗତ ଟାର୍ଗେଟ କରୁଛନ୍ତି । ଅନ୍ୟପକ୍ଷେ ଅନୀଲଙ୍କ ବଡ ଭାଇ ମୁକେଶ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।
ମିଲିନ୍ଦ ଏକ ଟ୍ବିଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ମୁକେଶ ମିଲିନ୍ଦଙ୍କ ପାଇଁ ଭୋଟ ମାଗୁଥିବାର ଦେଖା ଯାଉଛି । ମିଲିନ୍ଦ ଦକ୍ଷିଣ ମୁମ୍ବାଇର ଅଟନ୍ତି । ସେ ଏଠାକାର ସାମାଜିକ-ଆର୍ଥିକ ଓ ସାଂସ୍କୃତିକ ଇକୋ ସିଷ୍ଟମକୁ ଭଲ ଭାବରେ ଜାଣନ୍ତି । ତେଣୁ ତାଙ୍କୁ ଭୋଟ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ମୁକେଶ ।
ମିଲିନ୍ଦ ଏହି ଟ୍ବିଟରେ କହିଛନ୍ତି ଯେ ଛୋଟ ଦୋକାନୀଙ୍କ ଠାରୁ ଆରମ୍ଭ କରି ବଡ ବଡ ଉଦ୍ୟୋଗପତି ଯାଏ, ଦକ୍ଷିଣ ମୁମ୍ବାଇ ହେଉଛି ଅର୍ଥ ଉଦ୍ୟୋଗ । ଆମକୁ ମୁମ୍ବାଇର ଉଦ୍ୟୋଗ-ରୋଜଗାରକୁ ପୁଣିଥରେ ଫେରାଇ ଆଣି ଯୁବବର୍ଗଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ କାମ କରିବାକୁ ପଡିବ ।