ଲକ୍ଷ୍ନୌ: ଉତ୍ତରପ୍ରଦେଶ ବରେଲିର ଦରଗାହ ଆଲା ହଜରତସ୍ଥିତ ସୁନ୍ନି ମର୍କଜି ସହ ଜଡିତ ଦାରୁଲ ଇଫତାର ମୁଫତି ଅବଦୁରହିମ ନଶତର ଫାରୁକି କହିଛନ୍ତି ଯେ, ଇସଲାମରେ ଆଲକହଲକୁ ନିଷେଧ କରାଯାଇଛି । ତେଣୁ ମସଜିଦରେ ସାନିଟାଇଜର ବ୍ୟବହାର କରାଯିବା ଉଚିତ ନୁହେଁ । ମସଜିଦ ହେଉଛି ଆହ୍ଲାଙ୍କର ଘର, ଏହାକୁ ଅପବିତ୍ର ହେବାକୁ ଦିଆଯିବ ନାହିଁ ।
ସେ କହିଛନ୍ତି ଯେ, ମୁସଲମାନମାନଙ୍କ ପାଇଁ ଆଲକହଲରେ ନିର୍ମିତ ସାନିଟାଇଜର ବ୍ୟବହାର ନିଷେଧ ଏବଂ ଏଥିରୁ ମସଜିଦ ସାନିଟାଇଜ କରିବା ସମଗ୍ର ମସଜିଦକୁ ଅପବିତ୍ର କରିବା ସହ ସମାନ । ଏପରି ସ୍ଥାନରେ ପ୍ରାର୍ଥନା କରାଯାଇପାରିବ ନାହିଁ ।
ଏହି ଫତୱା ଉପରେ ଅଲ ଇଣ୍ଡିଆର ସାଧାରଣ ସମ୍ପାଦକ ତଂଜିମ ଅଲମା-ଏ ଇସଲାମର ଜେନେରାଲ ସେକ୍ରେଟାରୀ ମୌଲାନା ସାହବୁଦ୍ଦିନ ରଜଭି କହିଛନ୍ତି ଯେ, ମସଜିଦ ପରିଷ୍କାର ପରିଚ୍ଛନ୍ନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱଚ୍ଛତା ସମ୍ପର୍କରେ ସରକାର ଏକ ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି । ଏଥିରେ ଆଲକହଲ ଭିତ୍ତିକ ସାନିଟାଇଜରରେ ମସଜିଦ ସଫା କରିବାକୁ କୁହାଯାଇଛି । ଆଲକହଲ ବ୍ୟବହାର ଅନୁମତି ନଥିବାରୁ ଏକ ଏଲାମିଆ ଜାରି କରାଯାଇଛି ଯେ ଆଲକହଲ ବ୍ୟତୀତ ଅନେକ ଜିନିଷ ଅଛି, ଯେଉଁଥିରେ ପରିଷ୍କାର କରାଯାଉଛି । ଏଥି ସହିତ ନମାଜ ପାଠ କରୁଥିବା ଲୋକଙ୍କୁ ମଧ୍ୟ କୁହାଯାଇଛି ଯେ ଯଦି ସେମାନେ ଘରୁ ବାହାରକୁ ଯାଆନ୍ତି, ତେବେ ମାସ୍କ ପିନ୍ଧି ବାହାରନ୍ତୁ । ମସଜିଦରେ ନମାଜ ପାଠ ପାଇଁ ନିଜର ସାମଗ୍ରୀ ଆଣନ୍ତୁ ।
ସହାରନପୁରସ୍ଥିତ ଦାରୁଲ ଓଲୁମ ଦେଓବନ୍ଦ ମଧ୍ୟ ମସଜିଦରେ ଆଲକହଲ ଥିବା ସାନିଟାଇଜରର ବ୍ୟବହାରକୁ ବିରୋଧ କରିଛନ୍ତି । ସେ ମୁସଲମାନମାନଙ୍କୁ ଆଲକହଲ ଭିତ୍ତିକ ସାନିଟାଇଜର ବ୍ୟବହାର ନକରିବାକୁ ନିବେଦନ କରିଛନ୍ତି ।