ETV Bharat / bharat

7 କୋଟି ଖୁଚୁରା ବ୍ୟବସାୟୀଙ୍କୁ ମିଳିବ 3 ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି - 7 କୋଟି ଖୁଚୁରା ବ୍ୟବସାୟୀ

କୋରୋନା ସଙ୍କଟ ସମୟରେ ଅସୁବିଧାରେ ଥିବା ଦେଶର ପ୍ରାୟ 7 କୋଟି ଖୁଚୁରା ଦୋକାନୀଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର ଏକ ବଡ ଆରାମ ଦେଇଛନ୍ତି।

MSME retailers
7 କୋଟି ଖୁଚୁରା ବ୍ୟବସାୟୀଙ୍କୁ ମିଳିବ 3 ଲକ୍ଷ କୋଟିର ଟଙ୍କାର ଋଣ ଗ୍ୟାରେଣ୍ଟି
author img

By

Published : May 26, 2020, 12:24 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ସମୟରେ ଅସୁବିଧାରେ ଥିବା ଦେଶର ପ୍ରାୟ 7 କୋଟି ଖୁଚୁରା ଦୋକାନୀଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର ଏକ ବଡ ଆରାମ ଦେଇଛନ୍ତି। ସେମାନେ ମଧ୍ୟ ବର୍ତ୍ତମାନ 3 ଲକ୍ଷ କୋଟି ଟଙ୍କାର ଋଣ ସହିତ ଗ୍ୟାରେଣ୍ଟି ହୋଇଥିବା ଜରୁରୀକାଳୀନ କ୍ରେଡିଟ୍ କିମ୍ବା GEC ଯୋଜନାର ଲାଭ ଉଠାଇବାକୁ ସକ୍ଷମ ହେବେ । ଏହା 20 ଲକ୍ଷ କୋଟି ରିଲିଫ୍ ପ୍ୟାକେଜ୍ ଅଧୀନରେ ଘୋଷଣା କରାଯାଇଥିଲା ।

ମେ 12 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ସଙ୍କଟର ମୁକାବିଲା ପାଇଁ 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ 5ଟି ସାମ୍ବାଦିକ ସମ୍ମିଳନୀ କରିଥିଲେ ଓ ବିଭିନ୍ନ କ୍ଷେତ୍ର ପାଇଁ ପ୍ୟାକେଜ୍ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କୁ 3 ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଅର୍ଥମନ୍ତ୍ରୀ ଏକ ସରକାରୀ ସୁନିଶ୍ଚିତ ଯୋଜନା ଘୋଷଣା କରିଥିଲେ। 62 ଦିନର ଲକଡାଉନରେ କ୍ଷତି ସହିଥିବା ଖୁଚୁରା ଦୋକାନୀମାନଙ୍କୁ ଏହା ବଡ ଆରାମ ପ୍ରଦାନ କରିବ । ଯଦିଓ ସେମାନେ ଏମ୍ଏସ୍ଏମ୍ଇ ଅଧିନରେ ଆସୁନାହାଁନ୍ତି ତଥାପି ସେମାନଙ୍କୁ ଏହି ଲାଭ ଦିଆଯିବ ।

ଅର୍ଥ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ ଏଥିରୁ ପ୍ରାୟ 7 କୋଟି ଖୁଚୁରା ଦୋକାନୀ ଉପକୃତ ହେବେ। ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ ଅଧୀନରେ ନ୍ୟାସନାଲ କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟ କମ୍ପାନୀ (ଏନସିଜିଟିସି) ଏମଏସଏମଇକୁ ମୋଟ 3 ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରିବ। କେନ୍ଦ୍ର କ୍ୟାବିନେଟ ମଧ୍ୟ ଏହି ଯୋଜନାକୁ 22 ମେ ରେ ଅନୁମୋଦନ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.