ଲଦାଖ: ଲଦାଖରେ ସ୍ବାଧୀନତା ଦିବସ ପାଳିଲେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ତଥା ଭାରତୀୟ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ସିଂହ ଧୋନି। ବୁଧବାର ସେ ଲଦାଖରେ ପହଞ୍ଚିଥିଲେ ।
ସେଠାରେ ଯବାନଙ୍କ ସହ ଆର୍ମି ହସ୍ପିଟାଲ ବୁଲି ଦେଖିଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ସେ ସିଆଚେନରେ ଥିବା ଆର୍ମି ବେସକୁ ଗସ୍ତ କରିବାର ଯୋଜନା ରହିଥିବା ଜଣାପଡିଛି । ସେଠାରେ ଥିବା ଶହୀଦ ସ୍ମୃତିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳୀ ଦେବେ ।
ଭାରତୀୟ ସେନାର ବ୍ରାଣ୍ଡ ଆମ୍ବାସାଡର ଧୋନି । ତାଙ୍କର 15 ଦିନିଆ ପ୍ରଶିକ୍ଷଣ ମଧ୍ୟରେ ଯବାନଙ୍କ ସହ ଭଲିବଲ୍ ଓ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଛି ।