ହାଇଦ୍ରାବାଦ: ଦେଶରେ ମିଳିବାକୁ ଯାଉଛି ସବୁଠାରୁ ଶସ୍ତା ଡାଇଗ୍ନୋସିସ ସୁବିଧା । ମାତ୍ର ୫୦ ଟଙ୍କା ଦେଲେ କରିହେବ MRI ସ୍କାନ । ଏହି ସୁବିଧା ଯୋଗାଇଦେବ ଦିଲ୍ଲୀର ଶିଖ ଗୁରୁଦ୍ବାର ପ୍ରବନ୍ଧନ ସମିତି । ସୂଚନା ଅନୁଯାୟୀ ଗୁରୁଦ୍ବାରା ବାଂଲା ସାହିବରେ ସ୍ଥାପିତ ହେବାକୁ ଥିବା ଡାଇଗ୍ନୋସ୍ଟିକ୍ ସୁବିଧା ଆଗାମୀ ଡିସେମ୍ବର ମାସରୁ ଆରମ୍ଭ ହେବ। MRI ମେସିନ୍ ଛଡା ଗୁରୁଦ୍ବାରା ପ୍ରାଙ୍ଗଣରେ ତିଆରି ହୋଇଥିବା ଗୁରୁ ହରକୃଷ୍ଣା ହସ୍ପିଟାଲରେ ଏକ ଡାଇଲେସିସ୍ ସେଣ୍ଟର ମଧ୍ୟ ଆରମ୍ଭ ହେବ।
DSGMC ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ ଯେ ଏଥିରେ ୪ଟି ମେସିନ ସାମିଲ ଅଛି। ଗୋଟିଏ ମେସିନ୍ ଡାଇଲେସିସ୍ ପାଇଁ, ଗୋଟିଏ ଅଲଟ୍ରାସାଉଣ୍ଡ, ଏକ୍ସରେ ଓ MRI ପାଇଁ ମଧ୍ୟ ଗୋଟିଏ ଲାଖାଏଁ ମେସିନ ସାମିଲ ଅଛି। ଯଦ୍ବାରା ଗରିବଙ୍କ ପାଇଁ ୫୦ ଟଙ୍କାରେ MRI ସୁବିଧା ରହିଥିବାବେଳେ ଅନ୍ୟମାନଙ୍କ ପାଇଁ MRI ସ୍କାନ୍ ପାଇଁ ୮୦୦ ଟଙ୍କା ରହିଛି । ସେହିପରି ସଂଗଠନର ଅଧ୍ୟକ୍ଷ କହିଛନ୍ତି, ଅଥିପାଇଁ ଏକ ଡାକ୍ତରୀ ଟିମ ଗଠନ କରାଯାଇଛି । ଉକ୍ତ ଡାକ୍ତରୀ ଟିମ ନିଷ୍ପତି ନେବ କାହାକୁ ରିହାତି ଯୋଗାଇ ଦିଆଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ