ETV Bharat / bharat

ମଧ୍ୟ ପ୍ରଦେଶର ବ୍ଲୁ ଭିଲେଜ, 80 ଦିନରେ ପ୍ଲାଷ୍ଟିକ ମୁକ୍ତ ଗାଁ - plastic

ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନର 80 ଦିନ ଭିତରେ ନିଜକୁ ପ୍ଲାଷ୍ଟିକ ମୁକ୍ତ ଗାଁ ଭାବେ ଘୋଷଣା କରିଛି ମଧ୍ୟପ୍ରଦେଶର ସିନ୍ଦୋଡା ଗାଁ । ଏହି ଗାଁଟି ମଧ୍ୟପ୍ରଦେଶର ବ୍ଲୁ ଭିଲେଜ ଭାବେ ଜଣାଶୁଣା । ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ପଢନ୍ତୁ ଆମର ସ୍ବତନ୍ତ୍ର ରିପୋର୍ଟ...

fight against plastic
ମଧ୍ୟ ପ୍ରଦେଶର ବ୍ଲୁ ଭିଲେଜ, 80 ଦିନରେ ପ୍ଲାଷ୍ଟିକ ମୁକ୍ତ ଗାଁ
author img

By

Published : Jan 9, 2020, 9:48 AM IST

ଭୋପାଳ: ଦେଶର ଅଧିକାଂଶ ଗାଁ ପ୍ଲାଷ୍ଟିକ ମୁକ୍ତ ହେବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଏପରିସ୍ଥଳରେ ମଧ୍ୟପ୍ରଦେଶର ଗୋଟିଏ ଗାଁ, ମାତ୍ର 80 ଦିନରେ ପ୍ଲାଷ୍ଟିକ ମୁକ୍ତ ହୋଇ ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ । ଗ୍ରାମପଞ୍ଚାୟତ ଓ ଗ୍ରାମବାସୀଙ୍କ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

ମଧ୍ୟ ପ୍ରଦେଶର ବ୍ଲୁ ଭିଲେଜ, 80 ଦିନରେ ପ୍ଲାଷ୍ଟିକ ମୁକ୍ତ ଗାଁ

ଇନ୍ଦୋରରେ ଅବସ୍ଥିତ ଥିବା ସିନ୍ଦୋଡା ଗାଁ । ଯାହା ଇନ୍ଦୋର ଠାରୁ ମାତ୍ର 10 କିଲୋମିଟର ଦୂରରେ ଅବସ୍ଥିତ । ଏହା ବ୍ଲୁ ଭିଲେଜ ଭାବେ ବେଶ୍ ଜଣାଶୁଣା । କାରଣ ଗାଁରେ ଆପଣ ଯୁଆଡେ ବି ଚାହିଁବେ କେବଳ ନୀଳ ରଙ୍ଗର ଘର ହିଁ ଦେଖାଯିବ । ନୀଳରଙ୍ଗର ଅର୍ଥ ପ୍ଲାଷ୍ଟିକ ମୁକ୍ତ ବୋଲି କୁହନ୍ତି ଗାଁ ଲୋକେ । କେବଳ ସେତିକି ନୁହେଁ, ବିଭିନ୍ନ କାନ୍ଥରେ ପ୍ଲାଷ୍ଟିକ ବିରୋଧୀ ସ୍ଲୋଗାନ ମଧ୍ୟ ଦେଖିବାକୁ ମିଳିଥାଏ ।

ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ଗାଁକୁ ପ୍ଲାଷ୍ଟିକ ମୁକ୍ତ ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ ସିନ୍ଦୋଡା ଗ୍ରାମବାସୀ । ବାସ୍ ତାପରେ ଗ୍ରାମବାସୀଙ୍କ ପ୍ରୟାସ ସଫଳ ହୋଇଛି । ଗାଁର 385ଟି ଘର ଏବେ ପ୍ଲାଷ୍ଟିକ ମୁକ୍ତ। ପ୍ରଥମେ ପ୍ରଥମେ ଗାଁଲୋକଙ୍କୁ ଏଥିପାଇଁ ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା । ପରେ ଘରୋଇ ସାମଗ୍ରୀ ଆଣିବା ପାଇଁ ଲୋକେ ପଲଥିନ ବ୍ୟାଗ ପରିବର୍ତ୍ତେ କପଡା ବ୍ୟାଗ ବ୍ୟବହାର କଲେ । ଏପରିକି ଲୋକେ ଯେପରି ପ୍ଲାଷ୍ଟିକ ବ୍ୟବହାର ନ କରିବେ, ସେଥିପାଇଁ 10ଟି ଟିମ୍ ମଧ୍ୟ ଗଠନ କରାଯାଇଛି ।

ଅନ୍ୟପଟେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଗ୍ରାମପଞ୍ଚାୟତ ଭବନ ନିକଟରେ ଥିବା ଗଛ ଗୁଡିକୁ କପଡା ବ୍ୟାଗରେ ସଜ୍ଜା ଯାଇଛି । ମହାତ୍ମା ଗାନ୍ଧୀ ଯେଉଁ ସ୍ବଚ୍ଛ ଭାରତର ସ୍ବପ୍ନ ଦେଖିଥିଲେ, ବ୍ଲୁ ଭିଲେଜ ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Jan 09 plastic story: MP's 'Blue Village' that got rid of plastic in 80 days

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.