ETV Bharat / bharat

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ବିଜେପି ସାଂସଦ ପ୍ରଜ୍ଞା ଠାକୁର - ବିଜେପି ସାଂସଦ ପ୍ରଜ୍ଞା ଠାକୁର

ଅସୁସ୍ଥ ଭାରତୀୟ ଜନତା ପାର୍ଟିର ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର । ଗତ କିଛି ମାସ ହେବ ସେ ରେଟିନା ସଂକ୍ରମଣ ପାଇଁ ଚିକିତ୍ସିତ ହେଉଛନ୍ତି।

 ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା
ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା
author img

By

Published : Dec 20, 2020, 4:11 PM IST

ନୂଆଦିଲ୍ଲୀ: ଅସୁସ୍ଥ ଭାରତୀୟ ଜନତା ପାର୍ଟିର ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର । ଗତ କିଛି ମାସ ହେବ ସେ ରେଟିନା ସଂକ୍ରମଣ ପାଇଁ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ତତ୍ତ୍ବାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ରୁଟିନ୍ ଚେକ୍ ଅପ୍ ପାଇଁ ସାଂସଦ ଦୁଇ ଦିନ ପୂର୍ବରୁ ଦିଲ୍ଲୀରେ ପହଞ୍ଚିଛନ୍ତି କିନ୍ତୁ ପ୍ରାଥମିକ ଅନୁସନ୍ଧାନ ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏହାସହ ତାଙ୍କର କୋରୋନା ପରୀକ୍ଷା ମଧ୍ୟ କରାଯାଇଥିଲା । ତେବେ ରିପୋର୍ଟ ନେଗେଟିଭ୍ ଥିବା ଜଣାପଡିଛି ।

ଅନ୍ୟପକ୍ଷେ ଡାକ୍ତରଖାନାରେ ଥିବାରୁ ସେ ଏନଆଇଏ କୋର୍ଟକୁ ଯାଇପାରିବେ ନାହିଁ ବୋଲି ସାଂସଦଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କୋର୍ଟର ପରବର୍ତ୍ତୀ ତାରିଖରେ ସେ ଉପସ୍ଥିତ ରହିବେ ଏବଂ ତାଙ୍କ ପକ୍ଷ ଉପସ୍ଥାପନ କରିବେ।

ଶୁକ୍ରବାର ସାଧ୍ବୀ ମାଲେଗାଓଁ ବିସ୍ଫୋରଣ ମାମଲାରେ ଏନଆଇଏ କୋର୍ଟରେ ହାଜର ହୋଇଥାନ୍ତେ କିନ୍ତୁ ଅସୁସ୍ଥତା କାରଣରୁ ସେ କୋର୍ଟରେ ପହଞ୍ଚି ପାରିବେ ନାହିଁ । ତେବେ ସାଧ୍ବୀ ରେଟିନା ସମସ୍ୟା ଓ ଶ୍ବାସକ୍ରିୟାରେ ଅସୁବିଧା କାରଣରୁ ଦାର୍ଘ ସମୟ ହେବ ତାଙ୍କର ଚିକିତ୍ସା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.