ଭୋପାଲ: କୋରୋନା ମହାମାରୀ ପାଇଁ ଅନେକ ସଂସ୍ଥାରେ ଉପସ୍ଥାନ ବନ୍ଦ ରହିଛି । କାରଣ ଏବେ ଉପସ୍ଥାନ ବାୟୋମ୍ୟାଟ୍ରିକ ରହିଛି । ହେଲେ ଏହାର ବିକଳ୍ପ ଏବେ ବାହାର କରିଛନ୍ତି ମଧ୍ୟପ୍ରଦେଶ ଭୋପାଳର ବିଦ୍ୟୁତ ଡିଷ୍ଟ୍ରିବ୍ଯୁସନ କମ୍ପାନୀ । କର୍ମଚାରୀମାନେ ସେଲଫି ଉଠାଇ ତାଙ୍କର ଉପସ୍ଥାନ ପକାଉଥିବା ଜଣାପଡ଼ିଛି ।
ମଧ୍ୟପ୍ରଦେଶ କ୍ଷେତ୍ର ବିଦ୍ୟୁତ ବିତରଣ କମ୍ପାନୀ ଲିମିଟେଡର ସୂଚନା ଅନୁଯାୟୀ, କୋରୋନା ମହାମାରୀକୁ ନଜରରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
କର୍ମଚାରୀମାନେ ଅଫିସରେ ପ୍ରବେଶ କରିବା ବେଳେ କିମ୍ବା ବାହାରିବା ବେଳେ ନିଜ ନିଜର ସେଲଫି ଉଠାଇ ‘ପ୍ରୟାସ' ଆପ୍ସରେ ଅପଲୋଡ କରିବାକୁ ହେବ । ତେବେ ଯେଉଁମାନେ ଅଫିସ ବାହାରେ କାମ କରୁଥିବେ ସେମାନେ କର୍ମସ୍ଥଳୀରେ ରହି ସେଲଫି ଉଠାଇ ଏହି ଅଫିସିଆଲ ଆପ୍ସରେ ଫଟୋ ଅପଲୋଡ କରିପାରିବେ ।