ETV Bharat / bharat

ମଧ୍ୟପ୍ରଦେଶ ରାଜନୀତି: କମଲନାଥଙ୍କ କ୍ୟାବିନେଟରୁ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା

author img

By

Published : Mar 9, 2020, 11:22 PM IST

Updated : Mar 9, 2020, 11:55 PM IST

mp politics, all ministers resigned from cabinet
ମଧ୍ୟପ୍ରଦେଶ ରାଜନୀତି: ଇସ୍ତଫା ହେଲେ ସମସ୍ତ ମନ୍ତ୍ରୀ

23:18 March 09

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ରୋଚକ ମୋଡ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଥିବା କ୍ୟାବିନେଟ ବୈଠକରେ ଏହି ସାମୂହିକ ଇସ୍ତଫାପତ୍ରକୁ ଗ୍ରହଣ କରାଯାଇଛି । ପୁଣିଥରେ କ୍ୟାବିନେଟ ଗଠନ କରାଯାଇ ନୂତନ ମନ୍ତ୍ରୀ ମଣ୍ଡଳ ତିଆରି କରାଯିବ ।  

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ କହିଛନ୍ତି, ମାଫିଆଙ୍କ ସହାୟତାରେ ଦଳରେ ଅସ୍ଥିରତା ସୃଷ୍ଟି କରୁଥିବା ଲୋକଙ୍କୁ ମୁଁ ସଫଳ ହେବାକୁ ଦେବି ନାହିଁ । ମୋର ସହ ମଧ୍ୟପ୍ରଦେଶ ଲୋକଙ୍କ ଭରସା ଓ ଭଲପାଇବା ରହିଛି । ଏହା ଲୋକଙ୍କ ସରକାର ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । 

ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ଦେଖାଯାଇଛି । ଠିକ ଏହି ସମୟରେ ରାଜ୍ୟର 17 ଜଣ କଂଗ୍ରେସ ବିଧାୟକ ନିଖୋଜ ଥିବା ଜଣାପଡିଛି । ସେମାନଙ୍କ ଫୋନ ସ୍ବିଚ୍‌ ଅଫ ଥିବାରୁ ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ତେବେ ଏହି ବିଧାୟକମାନେ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ସହ ସଂପର୍କରେ ରହିଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ପଦ ନେଇ କମଳନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ମଧ୍ୟରେ ବିବାଦ ଜାରି ରହିଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 9, 2020, 11:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.