ETV Bharat / bharat

ଉଜୈନରେ 7 ଶ୍ରମିକଙ୍କ ମୃତ୍ୟୁ ଘଟଣାର ହେବ SIT ଯାଞ୍ଚ

author img

By

Published : Oct 15, 2020, 8:54 PM IST

ମଧ୍ୟପ୍ରଦେଶର ଉଜୈନର ବିଭିନ୍ନ ସ୍ଥାନରୁ 7 ଜଣ ଶ୍ରମିକଙ୍କ ମୃତଦେହ ମିଳିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଥିଲା । ଏକାସାଙ୍ଗରେ 7 ଜଣ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣାକୁ ଶିବରାଜ ସରକାର ଗୁରୁତର ସହ ନେଇଛନ୍ତି ।

7 ଶ୍ରମିକଙ୍କ ମୃତ୍ୟୁ ଘଟଣାର ହେବ SIT ଯାଞ୍ଚ
7 ଶ୍ରମିକଙ୍କ ମୃତ୍ୟୁ ଘଟଣାର ହେବ SIT ଯାଞ୍ଚ

ଭୋପାଳ: ମଧ୍ୟପ୍ରଦେଶର ଉଜୈନର ବିଭିନ୍ନ ସ୍ଥାନରୁ 7 ଜଣ ଶ୍ରମିକଙ୍କ ମୃତଦେହ ମିଳିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଥିଲା । ଏକାସାଙ୍ଗରେ 7 ଜଣ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣାକୁ ଶିବରାଜ ସରକାର ଗୁରୁତର ସହ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଘଟଣାର ତଦନ୍ତ କରିବେ ବୋଲି ଶିବରାଜ କହିଛନ୍ତି । ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ(SIT) ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅପରାଧୀକୁ କ୍ଷମା କରାଯିବ ନାହିଁ ବୋଲି ସେ କହିଛନ୍ତି । ଏହାସହ ଘଟଣା ଘଟିଥିବା ଅଞ୍ଚଳର ପୋଲିସ୍ ଷ୍ଟେସନର ଇନ୍‌ଚାର୍ଜଙ୍କ ସମେତ ବହୁ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ମଦ୍ୟପାନ ଯୋଗୁଁ ମୃତ୍ୟୁ ହୁଏ, ତେବେ ଏପରି ପଦାର୍ଥ ବିକ୍ରୟ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପ୍ରକାଶଥାଉକି, 7 ଜଣ ଶ୍ରମିକଙ୍କ ମୃତଦେହ ମିଳିବା ପରେ ଉଜୈନରେ ଉତ୍ତେଜନା ଦେଖାଦେଇଥିଲା। ଏହି ଶ୍ରମିକମାନଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି କିନ୍ତୁ ପ୍ରାରମ୍ଭିକ ଅନୁସନ୍ଧାନ ଆଧାରରେ ଏହା ପଛର କାରଣ ହେଉଛି ଡ୍ରଗ୍ସ ସେବନ ବୋଲି ଅନୁମାନ କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.