ETV Bharat / bharat

ଚୀନ ସାମଗ୍ରୀ ବଏକଟ୍ କରିବାକୁ ଶିବରାଜ ସିଂ ଚୌହାନଙ୍କ ଆହ୍ବାନ

author img

By

Published : Jun 20, 2020, 1:11 PM IST

ଗଲୱାନରେ 20 ଭାରତୀୟ ଯବାନଙ୍କ ଶହୀଦରେ ଦେଶ ଚୀନକୁ ବିରୋଧ କରିବାରେ ଲାଗିଛି । କେବଳ ସାଧାରଣ ଜନତା ନୁହେଁ, ବରଂ ରାଜନେତା ମଧ୍ୟ ଚାଇନାକୁ ବିରୋଧ କରିବା ଆରମ୍ଭ କରିଦେଲେଣି ।

ଚୀନ ସାମଗ୍ରୀ ବଏକଟ୍
ଚୀନ ସାମଗ୍ରୀ ବଏକଟ୍

ଭୋପାଳ: ଗଲୱାନରେ 20 ଭାରତୀୟ ଯବାନଙ୍କ ଶହୀଦରେ ଦେଶ ଚୀନକୁ ବିରୋଧ କରିବାରେ ଲାଗିଛି, କେବଳ ସାଧାରଣ ଜନତା ନୁହେଁ ବରଂ ରାଜନେତା ମଧ୍ୟ ଚାଇନାକୁ ବିରୋଧ କରିବା ଆରମ୍ଭ କରିଦେଲେଣି । ବର୍ତ୍ତମାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଚାଇନାର ସାମଗ୍ରୀକୁ ବର୍ଜନ କରିବାକୁ ନିବେଦନ କରିଛନ୍ତି ।

ଶିବରାଜ ସିଂ ଚୌହାନ କହିଛନ୍ତି, ‘ମୁଁ ମଧ୍ୟପ୍ରଦେଶର ଲୋକଙ୍କୁ ମେଡ୍ ଇନ୍ ଚାଇନା ସାମଗ୍ରୀକୁ ବଏକଟ୍ କରିବାକୁ ନିବେଦନ କରୁଛି। ଆମର ସୈନ୍ୟବାହିନୀ ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେଉଛନ୍ତି କିନ୍ତୁ ଆମେ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ କ୍ଷତି ପହଞ୍ଚାଇବା ’ ।

ଜୁନ 15 ରେ ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ୍ ପୂର୍ବ ଲଦାଖରେ ହୋଇଥିବା ସଂଘର୍ଷ ପାଇଁ ଭାରତକୁ ଦାୟୀ କରି କରିଛନ୍ତି । ଗଲୱାନ୍ ଉପତ୍ୟକା ପ୍ରକୃତ ନିୟନ୍ତ୍ରଣ ରେଖାର ଚୀନ ଭାଗରେ ରହିଛି। ଚୀନର ସୁରକ୍ଷା କର୍ମୀମାନେ ଦୀର୍ଘ ବର୍ଷ ଧରି ସେଠାରେ ପେଟ୍ରୋଲିଂ କରି ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ଅନ୍ୟପକ୍ଷେ ଭାରତ କହିଛି ଯେ 2 ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଦ୍ବିତୀୟ ବୈଠକ ଜଲଦି କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.