ନୂଆଦିଲ୍ଲୀ: ଲୋକସଭାରେ ଶିଶୁଙ୍କ ପୋଷଣ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ । ପ୍ରଶ୍ନକାଳରେ ସେ ଏହି ପ୍ରସଙ୍ଗ ଉଠାଇ ଥିବାବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି ।
ସରକାର କୁପୋଷଣକୁ ରୋକିବା ଦିଗରେ କି କି ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟସରକାରଙ୍କ ସହିତ ଆଲୋଚନା କରି ଏଦିଗରେ ପଦକ୍ଷେପ ନେଉଛନ୍ତି ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଚନ୍ଦ୍ରଶେଖର । ଏହାସହ ବିଭିନ୍ନ ମନ୍ତ୍ରଣାଳୟ ସହିତ ସମନ୍ବୟ ରକ୍ଷାକରି ଏଦିଗରେ ମନ୍ତ୍ରଣାଳୟ କାମ କରୁଛନ୍ତି ନା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେପଟେ ଏହାର ଉତ୍ତରରେ କେନ୍ଦ୍ର ସରକାର ପ୍ରତି ରାଜ୍ୟସରକାରଙ୍କ ସହିତ ଏନେଇ ଆଲୋଚନା ଜାରି ରଖିଛନ୍ତି । ଏହା ସହିତ ଏ କ୍ଷେତ୍ରରେ ପୋଷଣ ଅଭିଯାନ ଜାରି ରହିଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି । ଅନ୍ୟପଟେ ମହିଳା ଓ ଶିଶୁଙ୍କ ପାଇଁ ଖାଦ୍ୟର ତାଲିକା ମଧ୍ୟ ପ୍ରକାଶ ପାଇଥିବା ସେ କହିଛନ୍ତି ।
ସେହିପରି ଓଡିଶା ଏ କ୍ଷେତ୍ରରେ ଆଗରେ ଥିବାରୁ ସରକାର ପୋଷଣ ଅଭିଯାନରେ କିଛି ଆୱାର୍ଡର ବ୍ୟବସ୍ଥା କରିଛନ୍ତି କି ବୋଲି ସପ୍ଲିମେଣ୍ଟାରୀ ପ୍ରଶ୍ନ କରିଛନ୍ତି ଚନ୍ଦ୍ରଶେଖର । ତେବେ ଏକ୍ଷେତ୍ରରେ ଆୱାର୍ଡର ବ୍ୟବସ୍ଥା ଥିବା କହିଛନ୍ତି ମନ୍ତ୍ରୀ ସ୍ମୃତି ଇରାନୀ।
ଲୋକସଭା ଟିଭି ସହ ବ୍ୟୁରୋ ଇନପୁଟ ରିପୋର୍ଟ, ଇଟିଭି ଭାରତ