ETV Bharat / bharat

ସୀମା ଟପୁଛି ନୃଶଂସତା, ନାବାଳିକାକୁ ଦୁଷ୍କମ ପରେ ଜୀବନ୍ତ ପୋତିଦେଲା ଦୁର୍ବୃତ୍ତ

author img

By

Published : Jan 19, 2021, 10:17 AM IST

ଥମୁନି ନାବାଳିକା ଦୁଷ୍କର୍ମ ଘଟଣା । ପୁଣି ଏକ 13 ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ସହ ଜୀବନ୍ତ ପୋତିଦେବା ଘଟଣା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶ ବେତୁଲର ଘୋଡ଼ାଡୋଙ୍ଗ୍ରୀ ତହସିଲ ଅଞ୍ଚଳରୁ । ଅଧିକ ପଢନ୍ତୁ...

ସୀମା ଟପୁଛି ନୃଶଂସତା, ନାବାଳିକାକୁ ଦୁଷ୍କମ ପରେ ଜୀବନ୍ତ ପୋତିଦେଲା ଦୁର୍ବୃତ

ଭୋପାଳ: ଥମୁନି ନାବାଳିକା ଦୁଷ୍କର୍ମ ଘଟଣା । ଦେଶରେ ପ୍ରତିଦିନ ଦୁଷ୍କର୍ମ ସଂଖ୍ୟା ବଢ଼ିବାରେ ଲାଗିଛି । ସେପଟେ ଦୁଷ୍କର୍ମ ସଂଖ୍ୟା ବଢ଼ିଚାଲିଥିବା ବେଳେ ଅଭିଯୁକ୍ତଙ୍କ ସଂଖ୍ୟା କିନ୍ତୁ ବଢ଼ୁନାହିଁ । ଦୁଷ୍କର୍ମକାରୀଙ୍କୁ ଉଚିତ ଶାସ୍ତି ନମିଳୁଥିବାରୁ ଏଭଳି ମହିଳା ହିଂସା ଓ ନାବାଳିକା ଦୁଷ୍କର୍ମ ଘଟଣା ବୃଦ୍ଧି ପାଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ପୁଣି ଏକ 13 ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ସହ ଜୀବନ୍ତ ପୋତିଦେବା ଘଟଣା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶ ବେତୁଲର ଘୋଡ଼ାଡୋଙ୍ଗ୍ରୀ ତହସିଲ ଅଞ୍ଚଳରୁ ।

ପୀଡ଼ିତାଙ୍କ ବୟାନ ଅନୁସାରେ, ସେ ସୋମବାର ସନ୍ଧ୍ୟାରେ ମୋଟର ବନ୍ଦ କରିବାକୁ ନିଜ କ୍ଷେତକୁ ଯାଇଥିଲେ । ଏହି ସମୟରେ ତାଙ୍କ ପାଖ କ୍ଷେତରେ କାମ କରୁଥିବା ଜଣେ ଯୁବକ ନାବାଳିକାକୁ ଏକାକୀ ପାଇ ତାସହ ଦୁଷ୍କର୍ମ କରିଥିଲା । ଏତିକିରେ ମନ ଶାନ୍ତି ହୋଇନଥିଲା ଯେ, ଶେଷରେ ନୃଶଂସ ଅଭିଯୁକ୍ତ ନାବାଳିକାକୁ ଡ୍ରେନରେ ଜୀବନ୍ତ ପୋତି ତାପରେ ପଥର ଘୋଡ଼ାଇ ଦେଇଥିଲା । କିନ୍ତୁ ଠିକ୍ ସମୟରେ ଘରେ ନପହଞ୍ଚିବାରୁ ପରିବାର ଲୋକେ ତାଙ୍କୁ ଖୋଜି ଖୋଜି ଶେଷରେ କ୍ଷେତ ନିକଟରୁ ପୀଡିତାଙ୍କୁ ଉଦ୍ଧାର କରି ଘୋଡ଼ାଡୋଙ୍ଗ୍ରୀ ଡାକ୍ତରଖାନାକୁ ଆଣିଥିଲେ ।

ପରେ ଅବସ୍ଥା ଗୁରୁତର ହେବାରୁ ପୀଡିତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ଏନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.