ହାଇଦ୍ରାବାଦ: ଲକଡାଉନରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ସେକ୍ଟରରେ ବେପାର ମାନ୍ଦା ରହିଛି । ବିଶେଷ କରି ସ୍ମାର୍ଟଫୋନ କିଣାବିକା କ୍ଷେତ୍ରରେ ଅନେକ କ୍ଷତି ଘଟିଛି । ଲୋକ ଗତ 2 ମାସ ହେବ ନା ଫୋନ କିଣିଛନ୍ତି ନା ମରାମତି କରିଛନ୍ତି । ଫଳରେ ଏହି ସେକ୍ଟରରେ ମାନ୍ଦାବସ୍ଥା ଦେଖାଦେଇଛି । ନୂଆ ଫୋନ ନକିଣି ଲୋକେ ମଧ୍ୟ ବିଭିନ୍ନ ଅସୁବିଧାରେ ପଡିଛନ୍ତି । ତେବେ ଲୋକଙ୍କ ସମସ୍ୟା ଦୂର କରିବାକୁ ଏବେ ଅନଲାଇନରେ ଅଫରରେ ମିଳୁଛି ବିଭିନ୍ନ ସ୍ମାର୍ଟଫୋନ୍ ।
ରିଅଲମି ପରେ ଏବେ ମୋଟୋରୋଲା ନିଜର ନୂଆ ପ୍ରଡକ୍ଟ ମାର୍କେଟକୁ ଛାଡିଛି । ଫ୍ଲିପକାର୍ଟରେ ମେ 29ରୁ ଆରମ୍ଭ ହେଉଛି ଏହାର ନୂଆ ଫୋନର ସେଲ । ଏହାର ନାମ ରହିଛି ମୋଟୋ ଜି8 ପାୱାର ଲାଇଟ୍ । ଏହା 2ଟି କଲର ରୟାଲ ବ୍ଲୁ ଓ ଆର୍କଟିକ୍ ବ୍ଲୁରେ ଉପଲବ୍ଧ ହେବ । ଏହାର ଫିଚର ଅଧିକ ରହିଥିବାବେଳେ ବ୍ୟାଟେରୀ କ୍ଷମତା, ଜିବି, କ୍ୟାମେରା ପ୍ରଭୃତି ୟଙ୍ଗ ଜେନେରେସନକୁ ଆଟ୍ରାକ୍ଟ କରିଛି । ସେହିପରି ଦାମ୍ ମାତ୍ର 8999 ରହିଛି ବୋଲି ଟ୍ବିଟରରେ ମୋଟୋରୋଲା ସୂଚନା ଦେଇଛି ।
ଏହି ସ୍ମାର୍ଟଫୋନର ବ୍ୟାଟେରୀ କ୍ଷମତା 5000 ଏମଏଏଚ । ଏହାସହ ଏହାର 6.5 ଇଞ୍ଚ ଏଚଡି ଡିସପ୍ଲେ ରହିଛି । ସ୍କ୍ରିନ ରିଜଲ୍ୟୁସନ 1600x720 ପିକ୍ସଲ ଏବଂ 20:9 ରେସିଓ ରହିଛି । ଫୋନଟି 2.3ଜିଏଚଜେଡ ଅକ୍ଟା-କୋର ମେଡିଆଟେକ୍ ହେଲିଓ ପି35 ପ୍ରୋସେସର ଦ୍ବାରା ତିଆରି । ଏହାର 4 ଜିବି ରାମ୍ ରହିଛି ଯାହା ଆଣ୍ଡ୍ରଏଡ 9.0କୁ ସର୍ପୋଟ କରୁଛି । ଏହାର ଅନବୋର୍ଡ ଷ୍ଟୋରେଜ 64 ଜିବି ରହିଛି ଯାହା ପରବର୍ତ୍ତୀ ସମୟରେ ମାଇକ୍ରୋ ଏସଡି କାର୍ଡ ସ୍ଲଟ୍ ଦ୍ବାରା 256 ଜିବି ଯାଏଁ ବୃଦ୍ଧି ହୋଇପାରେ ।
ଏହାର ଟ୍ରିପଲ ଲେୟର ବ୍ୟାକ୍ କ୍ୟାମେରା ରହିଛି । ଯାହାର ପ୍ରାଇମେରୀ ଲେନ୍ସ ଏଲଇଡି ଫ୍ଲାସ ସହ 16 ମେଗାପିକ୍ସଲ ଅଛି । ସେହିପରି ଗୋଟିଏ 2 ମେଗାପିକ୍ସଲର ମାକ୍ରୋ ଲେନ୍ସ ଏବଂ 2 ସେଣ୍ଟିମିଟର ଫୋକାଲ ଲେଙ୍ଗଥ୍ ଓ 2 ମେଗା ପିକ୍ସଲ ଡେପଥ୍ ସେନସର ରହିଛି । ଏହାର ଫ୍ରଣ୍ଟ କ୍ୟାମେରା 8 ମେଗାପିକ୍ସଲ ରହିଛି । ଅନ୍ୟାନ୍ୟ ଫିଚର ମଧ୍ୟରେ ଡ୍ବାଲ 4ଜି ଭୋଲ୍ଟ, ୱାଇଫାଇ, ବ୍ଲୁଟୁଥ୍ 4.2, 3.5 ଏମଏମ ହେଡଫୋନ୍ ଜ୍ୟାକ୍, ଏଫଏମ ରେଡିଓ, ଫିଙ୍ଗରପ୍ରିଣ୍ଟ ସ୍କାନର, ଜିପିଏସ ପ୍ଲସ ଗ୍ଲୋନାସ ଏବଂ ମାଇକ୍ରୋ ୟୁଏସବି ପୋର୍ଟ ରହିଛି ।