ନୂଆଦିଲ୍ଲୀ: କୋରୋନାକୁ ନେଇ ସାରାବିଶ୍ବ ଅଣନିଶ୍ବାସୀ ହୋଇ ପଡ଼ିଛି । ଏହି କୋରୋନା ଲକଡାଉନ ଉଜାଡ଼ି ଦେଇଛି ଅନେକଙ୍କ ପରିବାର, ହେଲେ ଆଜି ଏହି ଲକଡାଉନ 30 ବର୍ଷ ପରେ ହଜି ଯାଇଥିବା ମା’କୁ ଫେରାଇ ଆଣିଛି । ଯାହାକୁ ଦିନେ ସେ ବହୁତ ଖୋଜୁଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ୟୁପି ଗାଜିଆବାଦ ମୋଦିନଗରରେ ।
ସୂଚନାନୁସାରେ, ୟୁପିର ଦେଓରିଆ ନିବାସୀ ପାର୍ବତୀ ଘରୋଇ ସମସ୍ୟା କାରଣରୁ 30 ବର୍ଷ ପୂର୍ବେ ଘରୁ ବାହାରି ଆସିଥିଲେ। ସେତେବେଳେ ତାଙ୍କ ପୁଅକୁ 8 ବର୍ଷ ହୋଇଥିଲା। ପୁଅ ବଡ ହେବା ପରେ ସେ ନୋଏଡାରେ କାମ କରିବା ଆରମ୍ଭ କଲେ। ଶନିବାର ମୋଦିନଗର ପୋଲିସ ପାର୍ବତୀଙ୍କୁ ଭୋକ ଉପାଶରେ ରାସ୍ତାରେ ବୁଲୁଥିବାରେ ଦେଖିଲେ । କଥାବାର୍ତ୍ତା ପରେ ଜାଣିବାକୁ ପାଇଲା ଯେ ମହିଳା ଜଣକ ଦେଓରିଆର । ଏହା ପରେ ମୋଦିନଗର ପୋଲିସ ଦେଓରିଆ ପୋଲିସ ସହ ଯୋଗାଯୋଗ କରି ମହିଳାଙ୍କ ପରିଚୟ ପାଇଥିଲେ। ଶେଷରେ ପାର୍ବତୀଙ୍କ ପୁଅ ବଶିଷ୍ଠ ସିଂ ମା’କୁ ଫେରାଇ ଆଣଇବାକୁ ପୋଲିସ ଷ୍ଟେସନ ପହଞ୍ଚିଥିଲେ ଏବଂ 30 ବର୍ଷ ପରେ ମା ଏବଂ ପୁଅ ପୁନର୍ବାର ମିଳନ ହୋଇଥିଲା ।
ପାର୍ବତୀଙ୍କ ଜୀବନ କାହାଣୀ ଅତ୍ୟନ୍ତ ଦୁଃଖଦାୟକ ଅଟେ । 30 ବର୍ଷ ପୂର୍ବେ ଯେତେବେଳେ ସେ ଘରୁ ବାହାରିକି ଆସିଥିଲେ, ମେରଠରେ କାମ ଆରମ୍ଭ କରିଥିଲେ । କିନ୍ତୁ ଲକଡାଉନ କାରଣରୁ ଜୀବିକା ବି ପଳେଇଲା । ଏଭଳି ପରିସ୍ଥିତିରେ ସେ ମୋଦିନଗରକୁ ଆସି କାମ ସନ୍ଧାନରେ ଏଣେତେଣେ ବୁଲୁଥିବା ବେଳେ ପୋଲିସ ନଜରରେ ପଡ଼ିଥିଲେ । ତେବେ ଆଜି ମୋଦିନଗର ପୋଲିସ ପାଇଁ ପୁଅ ମା’ ସହ ଭେଟିବାରେ ସକ୍ଷମ ହୋଇ ପାରିଛି । ଏନେଇ ଉଭୟ ମା’ ଓ ପୁଅ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ