ETV Bharat / bharat

ରାସ୍ତା କଡରେ ଘଣ୍ଟା ଘଣ୍ଟା ଧରି ପଡ ରହିଲେ ଅଚେତ ମହିଳା, ପାଖରେ କାନ୍ଦୁଥିଲେ 5 ଶିଶୁ - ଅଚେତ ମା ନିକଟରେ ନିରିହ ଶିଶୁ

ରାଜସ୍ଥାନର ବାରାଂ ଜିଲ୍ଲାର ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳା ରାସ୍ତା କଡରେ 5 ଜଣ ନିଷ୍ପାପ ଶିଶୁଙ୍କ ସହିତ ଅଚେତ୍ ଅବସ୍ଥାରେ ଦିନସାରା ପଡି ରହିଥିବା ଦେଖିବାକୁ ମିଳିଛି ।

Mother lying on roadside insane
ଅଚେତ ମା ନିକଟରେ ନିରିହ ଶିଶୁ
author img

By

Published : Jul 30, 2020, 2:25 PM IST

Updated : Jul 30, 2020, 8:06 PM IST

ଜୟପୁର: ରାଜସ୍ଥାନର ବାରାଂ ଜିଲ୍ଲାର ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳା ରାସ୍ତା କଡରେ 5 ଜଣ ନିଷ୍ପାପ ଶିଶୁଙ୍କ ସହିତ ଅଚେତ୍ ଅବସ୍ଥାରେ ଦିନସାରା ପଡି ରହିଥିବା ଦେଖିବାକୁ ମିଳିଛି ।

ରାସ୍ତା କଡରେ ଘଣ୍ଟା ଘଣ୍ଟା ଧରି ପଡ ରହିଲେ ଅଚେତ ମହିଳା, ପାଖରେ କାନ୍ଦୁଥିଲେ 5 ଶିଶୁ

ମାଆ ଅଚେତ ଅବସ୍ଥାରେ ଦିନସାରା ରାସ୍ତା କଡରେ ପଡିଥିବାବେଳେ 5 ଜଣ ନିରୀହ ଶିଶୁ ଭୋକିଲା ଅବସ୍ଥାରେ ଅଚେତ ମାଆ ପାଖରେ ବସି ଖେଳୁଥିଲେ । ରାସ୍ତାରେ ଯାଉଥିବା ଲୋକ ଏହା ଦେଖି ମଧ୍ୟ କେହି ଜଣେ ମଧ୍ୟ ସେମାନଙ୍କୁ ବିସ୍କୁଟ ପ୍ୟାକେଟ ଟିଏ ଦେଇନଥିଲେ । ଏହାମଧ୍ୟରେ ଏସଡିପିଆଇ କାର୍ଯ୍ୟକର୍ତ୍ତା ଫିରୋଜ ଅଂଶାରୀ ସେହି ରାସ୍ତା ଦେଇ ଯାଉଥିବାବେଳେ ଏନେଇ ପ୍ରଶାସନକୁ ଖବର ଦେବା ସହ ମହିଳାଙ୍କୁ ମେଡିକାଲ ନେଇଥିଲେ । ଏହାପରେ ମହିଳାଙ୍କ ଚେତା ଫେରିଥିଲା ।

ମହିଳାଙ୍କ କହିବା ଅନୁଯାୟୀ, ସେ ଦେବପୁରାରେ ରୁହନ୍ତି । ଗତ 12 ଦିନ ପୂର୍ବେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିଛି । ଏହାପରେ ସେ ସମ୍ପୂର୍ଣ୍ଣ ବେସାହାରା ହୋଇଛନ୍ତି । ଏପରିକି ତାଙ୍କ ଶାଶୁଘର ଲୋକ ତାଙ୍କୁ ମାରପିଟ ମଧ୍ୟ କରୁଛନ୍ତି । ଯାହାକୁ ନେଇ ସେ ତାଙ୍କ 5 ଶିଶୁଙ୍କୁ ଧରି ଗାଁ ଛାଡି ପଳାଇ ଆସିଛନ୍ତି । ଏପଟେ ତହସିଲଦାର ନବନନ୍ଦ ସିଂ ତାଙ୍କ ନିଜ ଟଙ୍କାରେ ମହିଳାଙ୍କୁ ତାଙ୍କ ଗାଁକୁ ପଠାଇବା ବ୍ୟବସ୍ଥା କରିଥିଲେ । ଏଥିସହ ନଗରପାଳିକା ମହିଳାଙ୍କୁ ଏକ ମାସ ଚଳିବା ପାଇଁ ରାସନ ଯୋଗାଇଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ଯେ ଲୋକଙ୍କ ସେବାକରୁଥିବା ନେଇ ଡିଣ୍ଡିମ ପିଟୁଥିବା ସରକାର ଏପରି ବେସାହାରା ଲୋକଙ୍କୁ ସାହାଯ୍ୟ କରିବାକୁ କାହିଁକି ଆଗକୁ ଆସୁନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 30, 2020, 8:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.