ଥିରୁଅନନ୍ତପୁରମ: କେରଳର ପ୍ରଳୟଙ୍କାରୀ ବନ୍ୟା ବିଭିସିକାରେ ଅସ୍ତବ୍ୟସ୍ତ ଜନ ଜୀବନ। ବର୍ତ୍ତମାନର ପରିସ୍ଥିତି ବନ୍ୟାର ଭୟଙ୍କର ରୂପକୁ ସାମ୍ନାକୁ ଆଣିଛି । ମାଆ ମମତାର ବନ୍ଧନରେ ବନ୍ଧା ଶିଶୁ । ମାଆ କୋଳରେ ଶିଶୁର ଶେଷ ନିଶ୍ବାସ ତ୍ୟାଗ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖି ଉଦ୍ଧାରକାରୀଙ୍କ ଆଖିରୁ ଝରି ଆସିଥିଲା ଲୁହ ।
କେରଳରେ ଦୁଇ ଦିନ ପୂର୍ବରୁ ପ୍ରଳୟଙ୍କାରୀ ବନ୍ୟା ଆସିବା ସହିତ ଭୁସ୍ଖଳନ ମଧ୍ୟ ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ କୋଟ୍ଟାକୁନ୍ନୁ ପାଖରେ ଜଣେ ମହିଳା ଓ ଶିଶୁର ମୃତ ଦେହକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ସମୟର ଦୃଶ୍ୟ ଏପରି ଥିଲା ଯେ ଯାହା ଉଦ୍ଧାରକାରୀ ଦଳର କର୍ମୀଙ୍କ ଆଖିରେ ଲୁହ ଆଣି ଦେଇଥଲା ।
ମୃତ ମାଆ ଗିତୁ ନିଜ ପୁତ୍ର ଧ୍ରୁବର ହାତକୁ ଜୋରରେ ଜାବୁଡି ଧରିଥଲା । ମାଆ ଓ ପୁତ୍ରର ମୃତ ଶରୀର ଦେଖି ଉଦ୍ଧାରକାରୀ ଦଳର ସଦସ୍ୟମାନେ ମଧ୍ୟ କାନ୍ଦି ପକାଇଥିଲେ । ମାଆଟି ନିଜ ପୁତ୍ରର ହାତକୁ ଏତେ ଜୋରରେ ଧରିଥିଲା ଯେ ଦୁଇ ହାତକୁ ଅଲଗା କରିବା କଠିନ ଥିଲା । ବହୁ ଘଣ୍ଟାର ସନ୍ଧାନ ଅଭିଯାନ ପରେ ଉଦ୍ଧାରକାରୀ ଦଳ ଉଭୟ ମାଆ ଓ ପୁଅର ମୃତ ଦେହ ଉଦ୍ଧାର କରିଛନ୍ତି ।